www.samajalive.in
Thursday, December 11, 2025
15.1 C
Bhubaneswar

ନବରଙ୍ଗପୁରରେ ଲୋକ ମାନୁନାହାନ୍ତି କରୋନା କଟକଣା

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୮ରୁ ସକାଳ ୬ ପର୍ଯ୍ୟନ୍ତ ବଳବତ୍ତର ରହିଛି। ତେବେ ଏହା ଦ୍ୱାରା ରାତ୍ରରେ ଠେଲାଗାଡିରେ ବ୍ୟବସାୟ କରୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୮ଟା ପରିବର୍ତ୍ତେ ରାତ୍ର ୯ କିମ୍ବା ୯.୩୦ କରିବାକୁ ଦାବି କରାଯାଇଛି।

ଗତ ଏକ ବର୍ଷ ଧରି କରୋନା କଟକଣା କାରଣରୁ ବ୍ୟବସାୟୀମାନେ ବହୁ କ୍ଷତି ସହିଥିବାବେଳେ ଗରିବ ବ୍ୟବସାୟୀମାନେ ନାହିଁନଥିବା ଅବସ୍ଥା ଭୋଗିଛନ୍ତି। ସେହିପରି ନବରଙ୍ଗପୁର ଜିଲାକୁ ଲାଗି ଛତିଶଗଡ ରାଜ୍ୟ ସୀମାନ୍ତ ରହିଛି। ଜିଲାର ଚନ୍ଦାହାଣ୍ଡି , ରାଇଘର, ଉମରକୋଟ, ଝରିଗାଁ ଓ କୋଷାଗୁମୁଡାବ୍ଳକ ଛତିଶଗଡ ରାଜ୍ୟ ସୀମା ଲାଗିଛି। ତେବେ ଏହି ସୀମାନ୍ତ ରାସ୍ତା ଦେଇ ଛତିଶଗଡ ରାଜ୍ୟବାସୀ ନୟମିତ ଭାବେ ଯାତାୟତ କରୁଛନ୍ତିା ଛତିଶଗଡରେ କରୋନା ସଂକ୍ରମଣ ବ୍ୟାପକ ଆକାର ଧାରଣା କରିଥିବାବେଳେ ଏହି ବ୍ଲକ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା କାରଣରୁ ଏପଟେ ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି। ବିଶେଷ କରି ସୀମାନ୍ତରେ ପୋଡଶୀ ଛିତଶଗଡ ଲୋକଙ୍କର ସହି ବନ୍ଧୁବାନ୍ଧବ ଓ ବ୍ୟବସାୟ ସଂପର୍କ ରହିଥବାରୁ ନିୟମିତ ଭାବେଲୋକଙ୍କର ଯାତାୟତ ରହିଛି। ଏହାକୁ ଜିଲାପ୍ରଶାସନ ଗୁରୁତର ସହନେଇ ସୀମାନ୍ତ ଅଞ୍ଚଳକୁ ସିଲ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ଗତ ଦୁଇଦିନ ହେଲା ଜିଲାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ୮ରେ ସୀମିତ ରହିଛି। ତେଣୁ ସପ୍ତାହକୁ ଥରେ ଜିଲା ସଟ୍‍ଡାଉନ (ବନ୍ଦ) କରାଗଲେ ସମ୍ଭାବ୍ୟ କରୋନା ସଂକ୍ରମଣରୁ ଜିଲାକୁ ମୁକ୍ତ କରାଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories