www.samajalive.in
Thursday, December 11, 2025
18.1 C
Bhubaneswar

ମାଲକାନଗିରିରେ ଦିଗହରା ଡିଜିଟାଲ ଇଣ୍ଡିଆ ଯୋଜନା!, ୫୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ପାଠପଢ଼ାରୁ ବଞ୍ଚିତ

ମାଲକାନଗିରି: ଗତ ମାର୍ଚ୍ଚରୁ କରୋନା ମାହାମାରି ସାରା ଦେଶରେ ବ୍ୟାପିଥିବା ବେଳେ ଏହାର ପ୍ରଭାବ ଶିକ୍ଷା ଉପରେ ପଡିଛି। ଆଜକୁ ପ୍ରାୟ ୮ ମାସରୁ ଊର୍ଦ୍ଧ୍ବ ହେବ ମହାମାରି ଯୋଗୁଁ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟଗୁଡିକ ବନ୍ଦ ଥିବା ବେଳେ ଲକ୍ଷାଧିକ ଛାତ୍ରଛାତ୍ରୀ ପାଠପଢାରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ଅନଲାଇନ ବ୍ୟବସ୍ଥା ପାଇଁ ଧୀରେ ଧୀରେ ଜୀବନଧାରଣ ମାନରେ ପରିବର୍ତ୍ତନ ହେବାରେ ଲାଗିଛି। କରୋନାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଘରୋଇ ଓ ସରକାରୀ ବିଦ୍ୟାଳୟଗୁଡିକରେ ଅନଲାଇନ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହ ରେଡିଓ, ଟିଭି ଓ ହ୍ୱାଟ୍ସଆପ ଗ୍ରୁପରେ ଶିକ୍ଷାଦାନ କରାଯାଉଛି।

ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁସିତ ଜିଲାରେ ଅନଲାଇନ ଶିକ୍ଷା ବାଧାପ୍ରାପ୍ତ ହୋଇଛି। କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା ଏହି ଜିଲାରେ ଦିଗହରା ହୋଇଛି। ଅଧିକାଂଶ ଅଞ୍ଚଳରେ ମୋବାଇଲ ସେବା ନ ଥିବାରୁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଛନ୍ତି। ଜିଲାରେ ଆଦିବାସୀ କଲ୍ୟାଣ ବିଭାଗକୁ ବାଦ ଦେଲେ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ମୋଟ ୧୪୧୩ଟି ବିଦ୍ୟାଳୟରେ ୭୪୮୧୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ୨୪୭୬୯ ଛାତଛାତ୍ରୀଙ୍କ ଘରେ ଟିଭି ଥିବା ବେଳେ ୧୨,୧୧୮ ଜଣଙ୍କ ନିକଟରେ ସ୍ମାର୍ଟ ଫୋନ ଅଛି। ଏଥିମଧ୍ୟରୁ ୨୬୩୨୮ ଜଣଙ୍କ ନିକଟରେ କି-ପେଡ ଫୋନ ରହିଛି। ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୩.୧୧ ପ୍ରତିଶତ ଛାତଛାତ୍ରୀଙ୍କ ଘରେ ଟିଭିଥିବା ବେଳେ ୧୬.୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟ ଫୋନ ରହିଛି। ୩୫.୧୯ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ କି–ପେଡ ମୋବାଇଲ ରହିଛି। ସ୍ମାର୍ଟଫୋନ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୯୫୪ ଜଣ ହ୍ୱାଟ୍ସଆପ ଗ୍ରୁପ ଦ୍ୱାରା ସଂଯୋଗୀକରଣ ହୋଇଛନ୍ତି।

- Advertisement -

ଜିଲାରେ ମୋଟ ୭୬୫୪ ଗ୍ରୁପ ଗଠନ କରାଯାଇଛି। କିନ୍ତୁ ଟିଭି ଓ ସ୍ମାର୍ଟ ଫୋନ ମାଧ୍ୟମରେ ଶତକଡ଼ା ୪୮.୬୧ ପ୍ରତିଶତ ଛାତ୍ରଛାତ୍ରୀ ହିଁ ଅନଲାଇନ ଦ୍ୱାରା ପାଠ ପଢ଼ି ପାରୁଛନ୍ତି। ୫୧.୩୯ ପ୍ରତିଶତ ଛାତଛାତ୍ରୀ ଅନଲାଇନ ପାଠପଢ଼ା ସୁବିଧାରୁ ବଞ୍ଚିତ ହେଉଥିବା ସାଧାରଣରେ କୁହାଯାଉଛି। ମାଲାକନଗିରି ଜିଲାର ଖଇରପୁଟ, ପଡ଼ିଆ, କାଲିମେଳା ବ୍ଲକର କିଛି ଅଞ୍ଚଳରେ ଏବଂ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ବହୁ ଛାତ୍ରଛାତ୍ରୀ ଏହି ଅନଲାଇନ ପାଠରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଯେଉଁମାନଙ୍କ ନିକଟରେ ସ୍ମାର୍ଟ ଫୋନ ଅଛି, ନେଟୱର୍କ ସମସ୍ୟା ଯୋଗୁ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଖଇରପୁଟ ବ୍ଲକ ଅଞ୍ଚଳରେ ବହୁ ଛାତ୍ରଛାତ୍ରୀ ଗଛ ଉପରେ, ତିନି କିଲୋମିଟର ପାହାଡ ଚଢି ନେଟୱର୍କ ଖୋଜୁଛନ୍ତି।

ଜିଲା ଶିକ୍ଷା ବିଭାଗ ଦ୍ୱାରା ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନେଇ ଏକ ଗ୍ରୁପ କରାଯାଇ ପ୍ରତ୍ୟେକ ପାଠ୍ୟକ୍ରମ ସମ୍ପର୍କିତ ସନ୍ଦେହକୁ ଦୂରୀଭୂତ କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ଛାତଛାତ୍ରୀଙ୍କ ପାଠପଢ଼ାକୁ ନେଇ ଉଦ୍ୟମ ଜାରି ରହିଥିବା ବେଳେ ଭିିତ୍ତିଭୂମି ଅଭାବରୁ ଏହା ସଫଳ ହୋଇପାରୁ ନାହିଁ। କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ସଂଯୋଗ କରି ହାଇସ୍ପିଡ ଇଣ୍ଟରନେଟ ସୁବିଧା ଦେବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଅଧିକାଂଶ ସମୟରେ ଜିଲା ସଦର ମହକୁମାରେ ବିଏସଏନଏଲ ନେଟ ସେବା ପ୍ରହଶନ ପାଲଟିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories