www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ ସହ ଅଲୋଚନା ବିଫଳ ହେବାରୁ ମୁଁ ଦୁଃଖିତ : ଇମରାନ ଖାନ

ନୂଆଦିଲ୍ଲୀ : ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକିସ୍ଥାନ ମନ୍ତ୍ରିସ୍ତରୀୟ ବୈଠକ ରଦ୍ଦ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭାରତର ଏଭଳି ସ୍ୱଭାବକୁ ନେଇ ମୁଁ ଦୁଃଖିତ ଅନୁଭବ କରିଛି। ମୁଁ ମୋ ଜୀବନରେ ବହୁ ଲୋକମାନଙ୍କ ସହ କାମ କରିଆସିଛି, କିନ୍ତୁ ଏଭଳି ଖରାପ ଚିନ୍ତାଧାରା ଲୋକମାନଙ୍କୁ ଦେଖିନାହିଁ। ଇମରାନ ଖାନ ନିଜର ଟୁଇଟର ଆକାଉଣ୍ଟରେ ଏହା ଉଲ୍ଲେଖ କରିଛନ୍ତି। ମୁଁ ଶାନ୍ତି କଥାବାର୍ତ୍ତା ପାଇଁ ଆମନ୍ତ୍ରଣ କରିଥିଲି କିନ୍ତୁ, ଶାନ୍ତିର ଆମନ୍ତ୍ରଣରେ ନକରାତ୍ମକ ଉତ୍ତର ମିଳିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଜାମ୍ମୁକାଶ୍ମୀରରେ ତିନିଜଣ ପୁଲିସ କର୍ମୀଙ୍କୁ ହତ୍ୟା ଏବଂ ଡାକ ଟିକେଟରେ ଆତଙ୍କବାଦୀ ବୁରହାନ ୱାନୀର ଫଟୋଚିତ୍ର ରହିଥିବାରୁ ଏହି ବୈଠକକୁ ଭାରତ ତରଫରୁ ରଦ୍ଧ କରିଦିଆଯାଇଥିଲା। ଶୁକ୍ରବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶି କହିଛନ୍ତି, ଭାରତ ସହ କଥାବାର୍ତ୍ତା ବ୍ୟତୀତ ଅନ୍ୟ ପ୍ରାଥମିକତା ରହିଛି। ନୂଆଦିଲ୍ଲୀରେ କିଛି ଲୋକ ଅଛନ୍ତି ଯେଉଁମାନେ ପାକିସ୍ତାନ ସହ କଥାବାର୍ତ୍ତା କରିବାକୁ ଚାହୁଁନାହାନ୍ତି ବୋଲି ସେ ସମାଲୋଚନା କରିଛନ୍ତି।
ଭାରତୀୟ ବିଦେଶ ମନ୍ତ୍ରାଳୟ ସଚିବ ରବିଶ କୁମାରଙ୍କ ମତରେ ପାକିସ୍ତାନ ତରଫରୁ ହୋଇଥିବା ଦୁଇଟି କାମ ଯୋଗୁଁ ଏହି ଆଲୋଚନା ରଦ୍ଧ କରିଦିଆଯାଇଛି। ଆଲୋଚନା ପାଇଁ ନିମନ୍ତ୍ରଣ କରି ପାକିସ୍ତାନର ପ୍ରକୃତ ଚେହେରା ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories