www.samajalive.in
Monday, December 8, 2025
24.1 C
Bhubaneswar

କୁଳଭୂଷଣ ମାମଲା: ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତିକୁ ଇମ୍ରାନଙ୍କ ପ୍ରଶଂସା

ଇସଲାମାବାଦ: ପାକିସ୍ତାନରେ ବନ୍ଦୀ ଜୀବନ ବିତାଉଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ମୃତ୍ୟୁଦଣ୍ଡ ଦେଇପାରିବ ନାହିଁ ବୋଲି ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟ(ଆଇସିଜେ) ବୁଧବାର ରାୟ ଦେଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଶଂସା କରିଛନ୍ତି। ଇମ୍ରାନ କହିଛନ୍ତି, କୁଳଭୂଷଣ ଯାଦବଙ୍କୁ ଦୋଷମୁକ୍ତ ନ କରିବା ଏବଂ ଭାରତକୁ ନ ଫେରାଇବା ଲାଗି ଆଇସିଜେର ନିଷ୍ପତ୍ତିକୁ ପ୍ରଶଂସା କରୁଛି। ସେ ପାକିସ୍ତାନର ଲୋକଙ୍କ ବିରୋଧରେ ଆପରାଧିକ କାର୍ଯ୍ୟ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପାକିସ୍ତାନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଇମ୍ରାନ ଟ୍ବିଟରରେ ଉଲ୍ଲେଖ କରିଛନ୍ତି।

ଗୁପ୍ତଚରଗିରି କରିବା ଅଭିଯୋଗରେ କୁଳଭୂଷଣ ଗିରଫ ହୋଇଥିବାବେଳେ ପାକିସ୍ତାନର ଏକ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଭାରତ ଏହାକୁ ଆଇସିଜେରେ ଚ୍ୟାଲେଞ୍ଜ କରିଛି। ଗତ ବୁଧବାର ଆଇସିଜେ ଏହି ମାମଲାର ଶୁଣାଣି କରି ପାକିସ୍ତାନ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡ ଦେଇପାରିବ ନାହିଁ ବୋଲି ରାୟ ପ୍ରକାଶ କରିଥିଲେ। ପାକିସ୍ତାନ ନିୟ ରାୟର ସମୀକ୍ଷା କରିବାକୁ ଆଇସିଜେ ନିର୍ଦେଶ ଦେଇଥିଲେ। ଫଳରେ ଏହି ମାମଲା ଭାରତର ବୃହତ୍‌ ବିଜୟ ହୋଇଥିଲା।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories