ଭୁବନେଶ୍ୱର : ବେଆଇନ ଖଣି ଖନନ ମାମଲାରେ ଦାସ ଭାଇ କମ୍ପାନୀର ୧ କୋଟି ୫୨ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି ) ସଂଲଗ୍ନ କରିଛି । ମୟୁରଭଞ୍ଜ କାସିଆବେଡା ଖଣିରେ ବସନ୍ତ କୁମାର ଦାସଙ୍କ ମାଲିକାନାରେ ଥିବା ଦାସ ଭାଇ କମ୍ପାନୀ ବେଆଇନ ଖନନ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାରକରି ଇଡି ଘଟଣାର ତଦନ୍ତ କରିଥିଲା । ବେଆଇନ ଖନନ ହୋଇଥିବା ଜଣାପଡିବା ପରେ ଇଡି ଦାସ ଭାଇ କମ୍ପାନୀର କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଏହି ଜବତ ସମ୍ପତ୍ତି ମଧ୍ୟରୁ ଆଜି ଦେଢ଼କୋଟି ଟଙ୍କାର ସମ୍ପତ୍ତିକୁ ସଂଲଗ୍ନ କରିଛି ତଦନ୍ତକାରୀ ସଂସ୍ଥା ।
ବେଆଇନ ଖଣି ଖନନ ମାମଲାରେ ଦାସ ଭାଇ ସଂସ୍ଥାର ଦେଢ଼ କୋଟି ଟଙ୍କାର ସମ୍ପତ୍ତି ସଂଲଗ୍ନ କଲା ଇଡି
Popular Categories



