www.samajalive.in
Thursday, December 11, 2025
26.1 C
Bhubaneswar

ପାଣି ମାଗିବା ବାହାନାରେ ନାବାଳିକାକୁ ବଳାତ୍କାର, ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଫାଶୀରେ ଝୁଲି ରହିବ ଦୋଷୀ

ବିହାର: ଭରଗାମାର ପଶ୍ଚିମ ଭର୍ନାଗରରେ ନାବାଳିକାଙ୍କୁ ବଳାତ୍କାର ମାମଲା । ଏକ ଐତିହାସିକ ରାୟ ଶୁଣାଇଛନ୍ତି ଆରରିଆ ଜିଲ୍ଲା କୋର୍ଟ । ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି କୋର୍ଟ । ଚାରି ଦିନିଆ ବିଚାର ପ୍ରକ୍ରିୟାରେ ଆରରିଆର ସ୍ପେଶାଲ୍ ପୋକସୋ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ମାମଲା ବରଗମା ପୋଲିସ୍ ଷ୍ଟେସନ ଅଞ୍ଚଳର ଭେର୍ନଗର ପଶ୍ଚିମରେ ଘଟିଛି । ଡିସେମ୍ବର ୧ ରେ ସେହି ଗାଁର ଜଣେ ଯୁବକ ମାତ୍ର ୬ବର୍ଷର ନିରୀହ ନାବାଳିକା ସହ ବଳାତ୍କାର କରିଥିଲା । ପରେ ଅଭିଯୁକ୍ତ ଜଣକ ଦୋଷୀ ସାବ୍ୟସ୍ତ ହେବା ସହ ତାଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ।
ସୂଚନା ମୁତାବକ ଅଭିଯୁକ୍ତ ମେଜର ନାମକ ଜଣେ ଯୁବକ, ନାବାଳିକାଟି ଖେଳିବା ସମୟରେ ପାଣି ପିଇବା ବାହାନା କରି ତାକୁ ବଳାତ୍କାର କରିଥିଲା । ପରେ ତାକୁ ଫିଙ୍ଗି ଦେଇଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏବଂ ନାବାଳକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା । ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ମେଜର ପଳାଇ ଯାଇଥିଲେ। ପୋଲିସ ଏନେଇ ତଦନ୍ତ ଜୋରଦାର କରିବା ପରେ ଅଭିଯୁକ୍ତ ମେଜର ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ ପରେ ପୁଲିସ ଚାର୍ଜସିଟ୍‍ କରିବା ସହ ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା ପୁଲିସ । କୋର୍ଟରେ ଜଷ୍ଟିସ ଶଶିକାନ୍ତ ରାୟ ରାୟ ଶୁଣାଇଛନ୍ତି । ଅଭିଯୁକ୍ତକୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହିତ ପୀଡିତାଙ୍କୁ କ୍ଷତିପୂରଣ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଭିଲ କୋର୍ଟର ଜଷ୍ଟିସ ଶଶିକାନ୍ତ ରାୟ ଏନେଇ ଶୀଘ୍ର ବିଚାର କରିଛନ୍ତି । ଚଳିତ ବର୍ଷ ଜାନୁଆରୀ ୨୦ ରେ ଶଶିକାନ୍ତ ରାୟଙ୍କ କୋର୍ଟରେ ଏହି ମାମଲା ସାମ୍ନାକୁ ଆସିଥିଲା । ଜାନୁଆରୀ ୨୨ ରେ ଏହି ଅଭିଯୋଗ କରାଯାଇଥିଲା। ଯାହା ପରେ ୨୭ ଜାନୁଆରୀରେ ଏହି ଦଣ୍ଡ ଯାଇଛି ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories