www.samajalive.in
Wednesday, December 10, 2025
16.1 C
Bhubaneswar

ବଦଳିଲେ ୧୨ ବରିଷ୍ଠ ଆଇଏଫଏସ୍; ୫ ଦାୟିତ୍ଵରେ ପ୍ରେମକୁମାର ଝା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଜଣ ବରିଷ୍ଠ ଆଇଏଫ୍‌ଏସସ୍ତରରେ ଅଦଳବଦଳ କରାଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ ୧୯୮୮ ବ୍ୟାଚର ବରିଷ୍ଠ ଆଇଏଫଏସ ତଥା ଅତିରିକ୍ତ ପିସିସିଏଫ ପୁସା ଝୁଲେ ମେକ୍ରୋଙ୍କୁ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଆଇଏଫଏସ ଅଫିସର ପ୍ରେମ କୁମାର ଝାଙ୍କୁ ସରକାରଙ୍କ ପକ୍ଷରୁ ଏକାଥରକେ ୫ ଦାୟିତ୍ବ ମିଳିଛି। ନିର୍ଦେଶନାମା ଅନୁଯାୟୀ ସେ ପ୍ରକଳ୍ପ ନିର୍ଦେଶକ ଡବ୍ଲୁଏଫପି, ଏସଏମଡ଼ି ଏବଂ ଓବିଡିଏ ସହିତ ଷ୍ଟେଟ୍ ମେଡିସିନାଲ ପ୍ଲାଣ୍ଟ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ସେଣ୍ଟର ଫର୍ ଏନଭରନମେଣ୍ଟ ଷ୍ଟଡିଜର ନିର୍ଦେଶକ ଦାୟିତ୍ବ ତୁଲାଇବେ। ଏହାବାଦ୍ ବରିଷ୍ଠ ଅଧିକାରୀ ଏମ୍. ୟୋଗଜୟାନନ୍ଦଙ୍କୁ ବାରିପଦା ଆରସିସିଏଫ ଭାବେ ନିଯୁକ୍ତ କରାଯାଇଥିବାବେଳେ ରୋହିତ କୁମାର ଲେଙ୍କାଙ୍କୁ ଉଦ୍ୟାନ କୃଷି ନିର୍ଦେଶକ,ଡ. ପ୍ରକାଶ ଚନ୍ଦ୍ର ଗୋଗିନେନିଙ୍କୁ ଢେଙ୍କାନାଳ ଡିଏଫଓ, ସଂଗ୍ରାମ କେଶରୀ ବେହେରାଙ୍କୁ ପାରଳାଖେମୁଣ୍ଡି ଡିଏଫଓ ଭାବେ ନିଯୁକ୍ତି ଦିଆଯାଇଛି।

- Advertisement -

ସେହିପରି ଡ. ସମ୍ରାଟ ଗୌଡ଼ଙ୍କୁ ଓଏଫଡିସିର ମହାପ୍ରନ୍ଧକ, ଖୁସଓ୍ବନ୍ତ ସିଂଙ୍କୁ ସିଡ଼ିଏର ଅତିରିକ୍ତ କାର୍ଯ୍ୟ ନିର୍ବାହୀ, ବିବେକ କୁମାରଙ୍କୁ ଖରିଆର ଡିଏଫଓ, ସାଇ କିରଣ ଡିଏନଙ୍କୁ ଶିମିଳିପାଳ ବନଖଣ୍ଡର ଭାରପ୍ରାପ୍ତ ବନ ଅଧିକାରୀ, ଆନନ୍ଦ ଏସଙ୍କୁ ଆଠମଲ୍ଲିକ ଭାରପ୍ରାପ୍ତ ଡିଏଫଓ ଏବଂ ଗଜାନନ ଦୟାନନ୍ଦଙ୍କୁ କରଞ୍ଜିଆର ଭାରପ୍ରାପ୍ତ ଡିଏଫଓ ଭାବେ ନିଯୁକ୍ତି ଦିଆଯାଇଛି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories