www.samajalive.in
Saturday, December 13, 2025
15.1 C
Bhubaneswar

ପୂର୍ବ ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଏମ୍‌ସ ଭୁବନେଶ୍ୱର ବିକାଶନ୍ମୋଖୀ କେନ୍ଦ୍ର ଭାବେ ମନୋନୀତ

ଭୁବନେଶ୍ୱର : ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ପୂର୍ବ ଭାରତରେ କ୍ଲିନିକାଲ୍ ପରୀକ୍ଷଣ ପାଇଁ ଏକ ବିକାଶନ୍ମୋଖୀ କେନ୍ଦ୍ର ଭାବରେ ଏମ୍‌ସ ଭୁବନେଶ୍ୱରକୁ ମନୋନୀତ କରାଯାଇଛି । ଏନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିବାକୁ ଆଇସିଏମଆର ପକ୍ଷରୁ ଏମ୍‌ସ ଭୁବନେଶ୍ୱରକୁ କୁହାଯାଉଛି । ନୁଆ ବର୍ଷ ପୂର୍ବରୁ ଏହା ଏମ୍‌ସ ଭୁବନେଶ୍ୱର ପାଇଁ ଆଉ ଏକ ସଫଳତା ଆଣିଦେଇଛି । ଏହି ପ୍ରକ୍ରିୟା ସମାପ୍ତ ହୋଇଗଲେ କୋଭିଡ ମହାମାରୀ ଭଳି ବିଷମ ପରିସ୍ଥିତି ସହିତ ଲଢ଼ିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ବ୍ୟବସ୍ଥା ଅନୁଯାୟୀ ଏଠାରେ ଏହାପରେ ଟିକା, ଔଷଧ ସମେତ ବିଭିନ୍ନ ପ୍ରକାର ଚିକିତ୍ସା ସମ୍ପର୍କିକ ପରୀକ୍ଷା ନିରୀକ୍ଷା ଏଠାରେ ହାତକୁ ନିଆଯିବ । ଯାହାକି ଜାତୀୟସ୍ତରରେ ଏମ୍‌ସ ସମେତ ରାଜ୍ୟର ନାମକୁ ମଧ୍ୟ ଉଜ୍ଜ୍ବଳ କରିବ ବୋଲି ମତପ୍ରକାଶ ପାଇଛି।

ଏମ୍‌ସ ଭୁବନେଶ୍ୱର ଅସ୍ଥିଶଲ୍ୟ (ଅର୍ଥୋପେଡିକ୍ସ)‌ ବିଭାଗର ଅତିରିକ୍ତ ପ୍ରାଧ୍ୟାପକ ଡ. ସୁଜିତ କୁମାର ତ୍ରିପାଠୀ ଏହି ବ୍ୟବସ୍ଥାରେ ପ୍ରମୁଖ ଆବେଦନକାରୀ ଥିଲେ। ତେବେ ଅନ୍ୟମାନଙ୍କ ମଧ୍ୟରେ ଡ. ରଶ୍ମୀରଞ୍ଜନ ମହାନ୍ତି, ଡ. ରିତୁପର୍ଣ୍ଣୋ ମାଇତି, ଡ. ଆନନ୍ଦ ଶ୍ରୀନିବାସନ୍, ଡ. ରଶ୍ମୀ ଦାଶ, ଡ. ଅରବିନ୍ଦ ସିଂ, ଡ. ରାମଦାସ ବାଲାମୁର୍ଗନ୍‌ ଏବଂ ଡ. ସରୋଜ ମଜୁମଦାର୍‌ ପ୍ରମୁଖ ଚିକିତ୍ସକଙ୍କୁ ନେଇ ଏକ ବହୁମୁଖୀ ଗବେଷକଙ୍କ ଟିମ୍‌ ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ଏନେଇ ଏହି ପ୍ରକ୍ରିୟାରେ ଜଡିତ ସମସ୍ତଙ୍କୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ବର୍ତ୍ତମାନ ସମୟରେ ଦେଶର ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକ ସହିତ ଏମ୍‌ସ ଭୁବନେଶ୍ୱରକୁ ସମାନ ଭାବରେ ବିଚାର କରାଯାଉଥିବା ବେଶ୍‌ ହୃଦୟସ୍ପର୍ଶୀ ବୋଲି ମତପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟଯେ ଏମ୍‌ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳି ଏହି ବ୍ୟବସ୍ଥାର ସୂତ୍ରଧର ସାଜିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

- Advertisement -

ପୂର୍ବରୁ ମଧ୍ୟ ଏମ୍‌ସ ଭୁବନେଶ୍ୱରରେ ମାଇକ୍ରୋବାୟୋମ୍, ମାଇକୋଲୋଜି, ବ୍ରେନ୍ ବ୍ୟାଙ୍କ, ଅତ୍ୟାଧୁନିକ ମଲିକୁଲାର କର୍କଟ ଗବେଷଣା ସୁବିଧା ତଥା ଡାକ୍ତରୀ ଶିକ୍ଷା ପରି ବିଭିନ୍ନ ଗବେଷଣାମୂଳକ କେନ୍ଦ୍ର ପ୍ରତିଷ୍ଠା ସରିଛି। ଆଗାମୀ ବର୍ଷ ଏମ୍‌ସ ଭୁବନେଶ୍ୱର ଆହୁରି ଅନେକ ଶୁଭ ଖବର ଆଣିବା ସହିତ ଜନସାଧାରଣଙ୍କୁ ସେବା ଯୋଗାଇଦେବ ବୋଲି କୁହାଯାଇଛି।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories