www.samajalive.in
Thursday, December 11, 2025
23.1 C
Bhubaneswar

ମାଲକାନଗିରି ପୁଲିସକୁ ବଡ଼ ସଫଳତା : ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି ପୁଲିସ କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜିଲ୍ଲାର ସ୍ଵାଭିମାନ ଅଞ୍ଚଳ ଜଡାଆମ୍ବ ଥାନା ଅନ୍ତର୍ଗତ ତାବେର ଓ ଅରିଙ୍ଗିପାଲ୍ଲୀ ଅଞ୍ଚଳରେ ସୁରକ୍ଷାକର୍ମୀ କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାନର ବିସ୍ଫୋରକ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ସୂଚନାନୁଯାୟୀ, ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ବିଏସଏଫ, ଡିଭିଏଫ ଓ ଏସଓଜି ବାହିନୀର ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ତାବେର ଓ ଅରିଙ୍ଗିପାଲ୍ଲୀ ଗ୍ରାମ ନିକଟରେ ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ୬ଟି ଟିଫିନ ବୋମା, ୨ଟି ପ୍ରେସର ଆଇଡି, ୨ଟି ୭.୬୨ର ଏମଏମ ବଲ ଆମୁନେସ, ଗୋଟିଏ ଇନଶାସ ମାଗାଜିନ, ଗୋଟିଏ ହେଭରସେକ, ବିପୁଳ ପରିମାଣର ଔଷଧ, କୋଡେକ୍ସ କେବୁଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥୀମାନେ ଏହି ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସଡିପିଓ ଜି.ଅଭିଳାସ କହିଛନ୍ତି । ତେବେ ଆଗାମି ଦିନରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଏହି ଅପରେସନ ଜାରି ରହିବ ବୋଲି ଜଣାପଡ଼ିଛି ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories