www.samajalive.in
Wednesday, December 10, 2025
26.1 C
Bhubaneswar

ଆଜିଠାରୁ ମହିଳା ଦିନିିକିଆ କ୍ରିକେଟ୍‌ ବିଶ୍ବକପ୍‌: ଭାରତ-ଶ୍ରୀଲଙ୍କା ଉଦ୍‌ଘାଟନୀ ମୁକାବିଲା

ଗୁଆହାଟୀ: ମହିଳା ଦିନିକିଆ ବିଶ୍ବକପ୍‌ର ୧୩ଶ ସଂସ୍କରଣ ମଙ୍ଗଳବାର ଆରମ୍ଭ ହେବାକୁ ଯାଉଛି। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି। ୧୯୭୮, ୧୯୯୭ ଓ ୨୦୧୩ ପରେ ଭାରତ ୪ର୍ଥ ଥର ଏହି ବିଶ୍ବକପ୍‌ର ଆୟୋଜନ କରୁଛି। ପ୍ରଥମଥର ଶ୍ରୀଲଙ୍କାରେ ଏହି ବିଶ୍ବକପ୍‌ ଆୟୋଜନ ହେଉଛି। ୩୪ ଦିନରେ ମୋଟ ୩୧ଟି ମ୍ୟାଚ୍‌ ଖେଳାଯିବ। ଅକ୍ଟୋବର ୨୯ ଓ ୩୦ରେ ଦୁଇଟି ସେମିଫାଇନାଲ ଏବଂ ନଭେମ୍ବର ୨ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ୮ଟି ଦଳ ମହିଳା ବିଶ୍ବକପ୍‌ ଖେଳିବେ। ୨୦୦୦ ପରଠାରୁ ପ୍ରଥମଥର ୱେଷ୍ଟଇଣ୍ଡିଜ ଏହି ବିଶ୍ବକପ୍‌ ପାଇଁ ଯୋଗ୍ୟତା ହାସଲ କରି ପାରିନାହିଁ। କଲମ୍ବୋରେ ପାକିସ୍ତାନର ୯ଟି ଲିଗ୍‌ ମ୍ୟାଚ୍‌ ସହ ପାକିସ୍ତାନ ସେମିଫାଇନାଲ ଏବଂ ଫାଇନାଲ ଗଲେ; ଉକ୍ତ ୨ଟି ମ୍ୟାଚ୍‌ ମଧ୍ୟ ଖେଳାଯିବ। ସମସ୍ତ ମ୍ୟାଚ୍‌ ଅପରାହ୍‌ଣ ୩ଟାରୁ ଆରମ୍ଭ ହେବ।

ମହିଳା ଦିନିକିଆ ବିଶ୍ବକପ୍‌ରେ ରେକର୍ଡ ୧୨.୮୮ ନିୟୁତ ଡଲାର (ପ୍ରାୟ ୧୨୩ କୋଟି ଟଙ୍କା) ପୁରସ୍କାର ପ୍ରଦାନ କରାଯିବ; ଯାହା ୨୦୨୨ ସଂସ୍କରଣ ପୁରସ୍କାର ରାଶିର ୪ ଗୁଣ। ଭାରତରେ ଗୁଆହାଟୀ, ଇନ୍ଦୋର, ବିଶାଖାପାଟଣା ଓ ନବି ମୁମ୍ବଇରେ ଖେଳାଯିବ। ଭାରତରେ ଏହି ବିଶ୍ବକପ୍‌ ଖେଳା ଯାଉଥିଲେ ମଧ୍ୟ ଭାରତୀୟ ଦଳକୁ ଘରୋଇ ଫାଇଦା ମିଳିବା ସମ୍ଭାବନା କମ୍। ଇନ୍ଦୋରରେ ଆଦୌ ମହିଳା ମ୍ୟାଚ୍‌ ଖେଳା ଯାଇନାହିଁ। ଗୁଆହାଟୀ ଓ ନବି ମୁମ୍ବଇରେ ମହିଳା ଦିନିକିଆ ଖେଳା ଯାଇନାହିଁ। ୨୦୧୪ରେ ବିଶାଖାପାଟଣାରେ ଶେଷଥର ମହିଳା ଦିନିକିଆ ଖେଳା ଯାଇଥିଲା। ମଙ୍ଗଳବାର ପ୍ରଥମଦିନରେ ଦୁଇ ସହ ଆୟୋଜକ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗୁଆହାଟୀରେ ମୁକାବିଲା ହେବ।

- Advertisement -

ଏହି ବିଶ୍ବକପ୍‌ରେ ଭାରତ ଟାଇଟଲର ଅନ୍ୟତମ ଦାବିଦାର। ଗତ ୨/୩ ବର୍ଷ ହେଲା ଭାରତୀୟ ମହିଳା ଦଳ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଛି। ପୂର୍ବରୁ ଏତେ ଶକ୍ତିଶାଳୀ ଭାରତୀୟ ଦଳ ମହିଳା ବିଶ୍ବକପ୍ ଖେଳିନଥିଲା। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ହରମନପ୍ରୀତ କୌରଙ୍କ ଦଳ ଚମତ୍କାର ପ୍ରଦର୍ଶନ କରିଛି। ବ୍ୟାଟିଂରେ ଭାରତ ବେଶ୍‌ ମଜ୍‌ଭୁତ ଅଛି। ବିଶ୍ବର ୧ନଂ ମହିଳା ଦିନିକିଆ ବ୍ୟାଟର ସ୍ମୃତି ମାନ୍ଧାନା ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ମୋଟ ୧୩ଟି ଦିନିକିଆ ଶତକ ହାସଲ କରିଥିବା ବେଳେ ୨୦୨୪ରୁ ଅଦ୍ୟାବଧି ୮ଟି ଶତକ ମାରିଛନ୍ତି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଦିନିକିଆରେ ମାନ୍ଧାନା ମାତ୍ର ୫୦ ବଲ୍‌ରୁ ଶତକ ହାସଲ କରିଥିଲେ; ଯାହା ଦିନିକିଆ ଇତିହାସରେ ୨ୟ ଦ୍ରୁତତମ। ଗତ ୧୭ଟି ଇନିଂସରୁ ଓପ୍‌ନର ପ୍ରତୀକା ରାୱଲ ଗୋଟିଏ ଶତକ ଓ ୬ଟି ଅର୍ଦ୍ଧଶତକ ସହ ୫୦ରୁ ଅଧିକ ଆଭ୍‌ରେଜରେ ସ୍କୋର୍‌ କରିଛନ୍ତି। ବ୍ୟାଟିଂ ତୁଳନାରେ ଭାରତୀୟ ବୋଲିଂ ସେପରି ଶକ୍ତିଶାଳୀ ନାହିଁ। ତଥାପି ଦଳରେ ଭଲ ସ୍ପିନର ଅଛନ୍ତି; ଯାହା ଭାରତୀୟ ପିଚ୍‌ରେ ସହାୟକ ହେବ। ଭାରତ ବିଶ୍ବକପ୍‌ର ଅନ୍ୟତମ ଦାବିଦାର ଥିବା ବେଳେ ଶ୍ରୀଲଙ୍କାର ଲକ୍ଷ୍ୟ ହେଉଛି ପ୍ରଥମଥର ସେମିଫାଇନାଲ ଖେଳିବା। ଅଧିନାୟିକା ଚମାରି ଅଟ୍ଟାପଟୁ ଦଳର ପ୍ରମୁଖ ବ୍ୟାଟର। ତେବେ କିଛି ଯୁବ ଖେଳାଳିଙ୍କ ଉପରେ ଦଳର ଭରସା ରହିଛି। ହର୍ଷିତା ସମରବିକ୍ରମ, ବିଷ୍ମି ଗୁଣରତ୍ନେ, ଡେଡ୍ବମି ବିହଙ୍ଗ ଓ କବିଷା ଦିଲ୍‌ହାରି ପ୍ରତିଭାବାନ ଖେଳାଳି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗତ ୫ଟି ମ୍ୟାଚ୍‌ରୁ ଭାରତ ୪ଟି ଜିତିପାରିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories