ନୂଆଦିଲ୍ଲୀ : ଭାରତୀୟ ବିମାନ ବାହିନୀ ଏସ୍.ୟୁ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋଷ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି, ଏହି ପରୀକ୍ଷଣ ସପଳତାର ସହ କରାଯାଇଛି ଏବଂ ସ୍ଥଳଭାଗରେ ଲକ୍ଷ୍ୟ ଭେଦ କରିବା ପୂର୍ବରୁ ଏହା ତାର ଇପ୍ସିତ ଲକ୍ଷ୍ୟ ଭେଦ କରିଥିଲା ।
ଅଢେଇ ଟନ୍ ଓଜନର ସୁପର ସୋନିକ୍ ବ୍ରହ୍ମୋଷ କ୍ଷେପଣାସ୍ତ୍ର ଆକାଶମାର୍ଗରୁ ସ୍ଥଳଭାଗକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି। ୨୦୧୭ ନଭେମ୍ବର ମାସରେ ସମୁଦ୍ରରୁ ପ୍ରଥମେ ଏହାକୁ ସ୍ଥଳ ଭାଗକୁ ନିକ୍ଷେପ କରାଯାଇଥିଲା ଏବଂ ସ୍ଥଳ ଭାଗରେ ଆକ୍ରମଣ କ୍ଷମତା ଥିବା ଦେଶମାନଙ୍କ ଭିତରେ ଭାରତୀୟ ବିମାନ ବାହିନୀ ପ୍ରଥମ ସ୍ଥାନ ହାସଲ କରିଥିଲା। ଏହି କ୍ଷେପଣାସ୍ତ୍ର ଦିନରାତି ଏବଂ ଯେକୌଣସି ପାଗରେ ସଠିକ୍ ଲକ୍ଷ୍ୟ ଭେଦ କରି ପାରିବ।



