www.samajalive.in
Saturday, December 6, 2025
19.1 C
Bhubaneswar

ପୁଲିସ, ଅର୍ଦ୍ଧସାମରିକ ବଳ, ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧୀ ଯୁଦ୍ଧର ଆଗଧାଡ଼ିରେ ଛିଡ଼ା ହୋଇଥିବା ଯୋଦ୍ଧାମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ଦିଆଯିବ। କରୋନା ଡ୍ୟୁଟିରେ ମୁତୟନ ପୁଲିସ କର୍ମଚାରୀ, ଅର୍ଦ୍ଧସାମରିକ ବଳ ଏବଂ କଣ୍ଟେନମେଣ୍ଟ ଓ ଅନ୍ୟାନ୍ୟ ସ୍ଥାନରେ ମୁତୟନ କର୍ମଚାରୀମାନଙ୍କୁ ଏହି ଔଷଧ ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଏକ ସଂଶୋଧିତ ପରାମର୍ଶବଳୀ ଜାରି କରାଯାଇଛି।

ପରାମର୍ଶବଳୀରେ ଦର୍ଶାଯାଇଛି ଯେ, ଅଣକୋଭିଡ-୧୯ ହସ୍ପିଟାଲରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ, କଣ୍ଟେନମେଣ୍ଟ ଜୋନରେ ଡ୍ୟୁଟିରେ ମୁତୟନ କର୍ମଚାରୀ, କରୋନା ଭୂତାଣୁ ମୁକାବିଲାରେ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସାମିଲ ଯବାନ ଏବଂ ପୁଲିସ କର୍ମଚାରୀଙ୍କୁ ରୋଗ ପ୍ରତିରୋଧକ ଔଷଧ ଭାବେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ସେବନ କରିବାକୁ ସୁପାରିସ୍‌ କରାଯାଇଛି।

- Advertisement -

ଏହାବ୍ୟତୀତ ଯେଉଁ ହସ୍ପିଟାଲରେ କରୋନା ରୋଗୀ ଭର୍ତ୍ତି ହୋଇନାହାନ୍ତି, ସେଠାରେ କାମ କରୁଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ବି ଏହି ଔଷଧ ଖାଇବାକୁ ପଡ଼ିବ। ଆଇସିଏମଆର, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଏମ୍‌ସ ଏବଂ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି ସହିତ କିଛି ସଂସ୍ଥା ପ୪ରୁ ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ହାଇଡ୍ରୋକ୍ସିକ୍ଲୋରୋକୁଇନ ସେବନ ଦ୍ବାରା କରୋନା ସଂକ୍ରମଣ ବିପଦ ହ୍ରାସ ପାଇଛି।

ତେବେ ଏହି ଔଷଧର କିଛି ଖରାପ ପ୍ରଭାବ ବି ସାମ୍ନାକୁ ଆସିଛି, କିନ୍ତୁ ତାହା ଅଧିକ ଗମ୍ଭୀର ନୁହେଁ। ମୋଟ ୧୩୨୩ ଜଣଙ୍କୁ ଏହି ଔଷଧ ଖାଇବାକୁ ଦିଆଯାଇ ଏହାର କୁପ୍ରଭାବ ଅଧ୍ୟୟନ କରାଯାଇଥିଲା। ଏଥିରୁ ୨୧୪ ଲୋକଙ୍କଠାରେ ସାମାନ୍ୟ ଖରାପ ପ୍ରଭାବ ଦେଖାଯାଇଥିଲା। କିଛି ଲୋକଙ୍କଠାରେ ପେଟ ଦରଜ, ବାନ୍ତି ଏବଂ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥିଲା। ୭ରୁ ୮ ଜଣଙ୍କଠାରେ ଗମ୍ଭୀର ସମସ୍ୟା​‌ ଦେଖିବାକୁ ମିଳିଥିଲା। ତେଣୁ ଏଥର ବିଶେଷ ସତର୍କତାର ସହିତ ଔଷଧ ସେବନ କରିବା ସହିତ ନିୟମିତ ଇସିଜି କରିବାକୁ ପରାମର୍ଶ ଦିଆଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories