www.samajalive.in
Sunday, December 7, 2025
16.1 C
Bhubaneswar

ବାସ୍ତବ ଆହ୍ୱାନର ମୁକାବିଲା ନିମନ୍ତେ ମାନବିକତା ଓ ସାମାଜିକ ବିଜ୍ଞାନର ଗ୍ରହଣୀୟତା ଜରୁରୀ

ପରିବର୍ତ୍ତନ ଏକମାତ୍ର ସ୍ଥିରତା ଏବଂ ସେହି ପରିବର୍ତ୍ତନର ଗ୍ରହଣୀୟତାକୁ ସ୍ୱୀକାର କରିପାରିଲେ ହିଁ ସାମଗ୍ରିକ ବିକାଶ ଫଳପ୍ରଦ ହୋଇପାରିବ ବୋଲି ନୂଆଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ଆଦିତ୍ୟ ମୁଖାର୍ଜୀ କହିଛନ୍ତି। ଆଜି କଟକ ଜିଲ୍ଲାର ମାହାଙ୍ଗା ସ୍ଥିତ ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମର ୬୫ତମ ଭର୍ଚୁଆଲ୍ ଆଲୋଚନା ଚକ୍ରରେ ପ୍ରଫେସର ମୁଖାର୍ଜୀ ‘Challenges to Social Sciences In Global South’ ଶୀର୍ଷକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ଅବସରରେ ସାମାଜିକତା ପ୍ରସଙ୍ଗରେ ଅନେକ ଉପାଦେୟ ଉଦାହରଣ ଛଳରେ ଆଧୁନିକତା, ବୈଜ୍ଞାନିକ ଉତ୍କର୍ଷତା ଏବଂ ସର୍ବୋପରି ଦେଶ ଓ ନୈତିକତା ପ୍ରସଙ୍ଗରେ କହିଛନ୍ତି।

ସେ କହିଛନ୍ତି ଯେ, ଉନବିଂଶ ଶତାବ୍ଦୀର ୟୁରୋପୀୟ ରାଜନୈତିକ ଏବଂ ଅର୍ଥନୈତିକ ଆଧିପତ୍ୟ ଶେଷ ହୋଇଥିଲେ ମଧ୍ୟ ଏଥିପ୍ରତି ବିଶ୍ୱ ଦୃଷ୍ଟିକୋଣ ଦୀର୍ଘ ସମୟ ଧରି ରହିଆସିଛି। ବିକାଶଶୀଳ ଦେଶମାନଙ୍କରେ ମାନବିକତା ଏବଂ ସାମାଜିକ ବିଜ୍ଞାନ ଉପରେ ଏବେ ମଧ୍ୟ ୟୁରୋପୀୟ ଆଦର୍ଶବାଦ ଶାସନ ଚାଲିଛି। ରାଜନୈତିକ, ଶୈଖିକ ତଥା ଆଦର୍ଶଗତ ଭାବରେ ମାନସିକ ଉପନିବେଶବାଦରୁ ବାହାରକୁ ଆସି ବାସ୍ତବ ଆହ୍ୱାନର ମୁକାବିଲା କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମୁଖାର୍ଜୀ କହିଛନ୍ତି।

- Advertisement -

ଏହି ୱେବିନାରରେ କାର୍ଡର ନିର୍ଦେଶକ ବିକ୍ରମ କେଶୋରୀ ଜେନା, ସହ ନିର୍ଦେଶକ ଚିନ୍ମୟ କୁମାର ସାହୁ ଓ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ରୁଦ୍ରନାରାୟଣ ଦାଶ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ଶୁଭମ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories