www.samajalive.in
Saturday, December 6, 2025
14.1 C
Bhubaneswar

ଛେଳିକୁ ଚାପି ଧରିଛି ବିଶାଳକାୟ ଅଜଗର, ଭିଡିଓ ଶେୟାର କରି ଏଭଳି ପ୍ରଶ୍ନ କଲେ ଆଇଏଫଏସ ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ଜଙ୍ଗଲରେ ଶିକାରୀମାନଙ୍କର ଅଭାବ ନାହିଁ। ଏଠାରେ ପ୍ରତ୍ୟେକ କୋଣରେ ବିପଦ ଥାଏ। ଜୀବଜନ୍ତୁମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ସଜାଗ ରହିବାକୁ ପଡ଼ିଥାଏ। ଯଦି ସତର୍କତା ହଟିଲେ କେବଳ ଗୁର୍ଘଟଣା ଘଟେ ନାହିଁ ବରଂ ସିଧାସଳଖ ଜୀବନ ଚାଲିଯାଏ। ଜଣେ ଆଇଏଫଏସ ଅଧିକାରୀ ଏମିତି ଏକ ଚମକାଇଲା ଭଳି ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଏକ ବିଶାଳକାୟ ଅଜଗର ଗୋଟିଏ ଛେଳିକୁ ଶିକାର କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ପୋଷ୍ଟ କରି ଅଧିକାରୀ ଜଣକ ନୈତିକତା ସମ୍ପନ୍ନ ଏକ ପ୍ରଶ୍ନ ପଚାରିଛନ୍ତି।

- Advertisement -

ଛେଳିକୁ ବଞ୍ଚାଇବେ ନା ପ୍ରକୃତିର ନିୟମ ଉପରେ ଛାଡ଼ିଦେବେ ?

ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ପରଭୀନ କାସୱାନ (@ParveenKaswan) ଜୁଲାଇ ୩୧ରେ ପୋଷ୍ଟ କରିଛନ୍ତି। ସେ କ୍ୟାପ୍ସନରେ ଲୋକଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି, ବିରାଟକାୟ ଅଜଗର ଛେଳିକୁ ଚାପି ଧରିଛି। ଏଭଳି ସ୍ଥିତିରେ ଆପଣ କ’ଣ କରିବେ? ଛେଳିକୁ ବଞ୍ଚାଇବେ ନା ପ୍ରକୃତିକୁ ତା’ର କାମ କରିବାକୁ ଦେବେ!! ଅଧିକାରୀଙ୍କ ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୬୫ ହଜାରରୁ ଊର୍ଦ୍ଧ୍ବ ଭ୍ୟୁଜ୍‌ ଓ ପ୍ରାୟ ୭ଶହରୁ ଅଧିକ ଲାଇକ୍ ମିଳି ସାରିଲାଣି।

ୟୁଜର ଦେଲେ ଆଇଏଫଏସ ଅଧିକାରୀଙ୍କ ପ୍ରଶ୍ନର ଉତ୍ତର:

ଆଇଏଫଏସ୍‌ ଅଧିକାରୀଙ୍କ ପୋଷ୍ଟ ଉପରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। ଅଧିକାଂଶ ୟୁଜର କହିଛନ୍ତି ଯେ, ସେ ପ୍ରକୃତିକୁ ତା’ର କାମ କରିବାକୁ ଦେବେ। ସେ ଛେଳିକୁ ଅଜଗରଠାରୁ ରକ୍ଷା କରିବେ ନାହିଁ। ଅପରପକ୍ଷେ ଆଉ କେତେକ ୟୁଜର ଲେଖିଛନ୍ତି, ସେ ସାପ ପାଖରୁ ଛେଳିକୁ ରକ୍ଷା କରିବେ।

୪୩ ସେକେଣ୍ଡର ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ଅଜଗର ଜଙ୍ଗଲରେ ଗୋଟିଏ ଛେଳିକୁ ଚାପି ଧରିଛି। ସେ ତାକୁ ଗିଳିବାକୁ ଚେଷ୍ଟା କରୁଛି। ସେ ଧୀରେ ଧୀରେ ଛେଳିର ମୁହଁ ଆଡ଼କୁ ନିଜ ମୁହଁ ଆଣୁଛି। ତଥାପି ଭିଡିଓ ଏହି ସମୟରେ ଶେଷ ହୁଏ। ତେବେ ଏହି ସମୟରେ ଭିଡିଓଟି ସରିଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories