ମୁମ୍ବଇ : ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ଅମିତାଭ ବଚ୍ଚନଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ସତ୍ତେ ପେ ସତ୍ତା’ର ରିମେକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫରାହ ଖାନ ଓ ରୋହିତ ଶେଟ୍ଟୀଙ୍କ ମିଳିତ ସହଯୋଗରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ହ୍ରିତିକ୍ ରୋଶନ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି।
ସୂଚନା ଅନୁସାରେ, ଫରାହ ହ୍ରିତିକଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି। ହ୍ରିତିକ୍ ମଧ୍ୟ ଏହି ପ୍ରୋଜେକ୍ଟ ପାଇଁ ରାଜି ହୋଇଛନ୍ତି। ମାତ୍ର ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ରାଜ ଏନ ସିପ୍ପୀଙ୍କ ନିର୍ଦ୍ଦେଶିତ ‘ସତ୍ତେ ପେ ସତ୍ତା’ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କ ସହ ହେମାମାଳିନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ସେ ସମୟରେ ଚଳଚ୍ଚିତ୍ର ଖୁବ୍ ସଫଳତା ମଧ୍ୟ ହାସଲ କରିଥିଲା। ତେବେ ଏହାର ରିମେକରେ ଅମିତାଭଙ୍କ ଭୂମିକାରେ ଅଭିନୟ କରିବା ପାଇଁ ହ୍ରିତିକ୍ ନିର୍ମାତାଙ୍କ ପ୍ରଥମ ପସନ୍ଦ ସାଜିଛନ୍ତି।
ଅମିତାଭଙ୍କ ଏହି ଲୋକପ୍ରିୟ ଚଳଚ୍ଚିତ୍ରର ରିମେକରେ ନଜର ଆସିବେ ହ୍ରିତିକ୍!
Popular Categories



