ରେଙ୍ଗାଲିକ୍ୟାମ୍ପ : ରେଙ୍ଗାଲିକ୍ୟାମ୍ପରେ ମଦ ବାର୍ କୁ ନେଇ ସକାଳ ୬ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ବହୁ ସଂଖ୍ୟାରେ ଲୋକ ଏହି ବାର୍ କୁ ବିରୋଧ କରି ସମର୍ଥନ ଜଣାଇ ଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସନ୍ଧ୍ୟାରେ ସେହି ରେଙ୍ଗାଲିକ୍ୟାମ୍ପରେ ମଦ ବିକ୍ରି ହେଉଥିବା ଗୋଟିଏ ମଦ ଦୋକାନର ମାଲିକଙ୍କୁ ପୋଲିସ ଅଟକ ରଖିଥିବା ନେଇ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଧରିଛି । ପ୍ରକାଶ ଥାଉ ଯେ, ରେଙ୍ଗାଲିକ୍ୟାମ୍ପ ଛକର ବସ୍ ଷ୍ଟାଣ୍ଡ ପଛପଟେ ଥିବା ହୋଟେଲ ଶୁଭମ୍ ରେ ବେଆଇନ ମଦ ବିକ୍ରି ହେଉଥିବା ବିଶେଷ ସୂତ୍ରରୁ ସୂଚନା ପାଇ ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ସଦଳବଳେ ଆକସ୍ମିକ ଭାବରେ ଚଢ଼ାଉ କରି ତିନି ଜଣ ସାକ୍ଷୀଙ୍କ ଉପସ୍ଥିତିରେ ଦୋକାନ ମାଲିକ ଶଙ୍କର ଚୌଧୁରୀଙ୍କୁ ଥାନାକୁ ଆଣିବା ସହିତ ହୋଟେଲର ଅଟା ଜାର ଭିତରେ ରଖିଥିବା ୨୦ଟି ସିଲ୍ ହୋଇଥିବା ବିଦେଶୀ ମଦ ବୋତଲ ଜବତ କରିଛି। ହୋଟେଲ ମାଲିକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିବା ସହ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି । ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ଏହି ଚଢଉ ସମୟରେ ଏସ ଆଇ ଯାଦବ ବାଗ , ଏ ଏସ ଆଇ ଲଲିତ ନାଗ ପ୍ରମୁଖ ପୋଲିସ ଦଳରେ ରହିଥିଲେ ।
Popular Categories



