ଶନିବାର ରାଶିଫଳ(୦୮.୦୭.୨୦୨୩)

ମେଷ :  ବିଶାଳ ଯଶର ଅଧିକାରୀ ହୋଇପାରନ୍ତି। ଦୁଃଖୀ ଦରିଦ୍ରମାନଙ୍କୁ ଦାନ ଦେଇ ଆତ୍ମତୃପ୍ତି ଲାଭ କରିବେ। ଶତ୍ରୁ ଉପରେ ବିଜୟ ହାସଲ କରିବେ। ଯାନବାହନାଦି ବହୁ ସୁଖ ପ୍ରାପ୍ତ ହେବେ। ଯଶସ୍ବୀ ହେବେ।

ବୃଷ : ଦୃଢ଼ ପୌରୁଷର ଅଧିକାରୀ ହୋଇ ମଧ୍ୟ ବିନୟାବନତ ହୋଇପାରନ୍ତି। ବହୁ ମିତ୍ରାର୍ଜନେ ତତ୍ପର ହେବେ। ପ୍ରବଳ ପ୍ରତାପୀ ହେବେ। ଦ୍ବିଜମାନଙ୍କ ପ୍ରତି ଅନୁରକ୍ତି ରହିବ। କର୍ମ କୁଶଳତା ପ୍ରକାଶ ପାଇବ।

ମିଥୁନ : ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସନ୍ମାର୍ଗୀ ହୋଇ ନିଜର ଅଭୀଷ୍ଟ ସିଦ୍ଧି କରିପାରନ୍ତି। ପୁତ୍ର ସୁଖ ଲାଭ କରିବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ସାମାଜିକ ସ୍ତରରେ ସମ୍ମାନିତ ହେବେ।

କର୍କଟ : ଭ୍ରମଣ ବ୍ୟର୍ଥ ହୋଇପାରେ। ସ୍ବାସ୍ଥ୍ୟ ହାନିର ସୂଚନା ମିଳୁଛି। ଆଜି ଯାହା ଆଶାକରୁଥିବେ ସେଥିରେ ବିଫଳ ହେବେ। ନାନା ସମସ୍ୟା ଭିତର ଦେଇ ଗତି କରିବେ। କର୍ମ ତତ୍ପରତାରୁ କିଛିଟା ସୁଖ ଭୋଗ କରିବେ।

ସିଂହ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଉପୁଜିଥିବା କେତେକ ସମସ୍ୟାର ସମାଧାନ ହୋଇପାରେ। କେତେକ ସୁଖକର ଘଟଣାମାନ ଘଟିବ। ଖାଦ୍ୟପେୟରେ ଆନନ୍ଦ ଉପଭୋଗ କରିବେ। କର୍ମଠ ହେବେ।

କନ୍ୟା : ପାରିବାରିକ ଜୀବନ ସୁକପ୍ରଦ ହେବ। ଭ୍ରାତୃଭାବ ଅତୁଟ ରହିବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ତୁଳା :​‌ ଦିନଟି ସମସ୍ୟା ବହୁଳ ହୋଇପାରେ। ବନ୍ଧୁମିଳନ ଘଟିପାରେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି।

ବିଛା : ଦୃଢ଼ ପୌରୁଷର ଅଧିକାରୀ ହୋଇପାରନ୍ତି। କେତେକ କ୍ଷେତ୍ରରେ ଯଦିଓ ଭୁଲ ବୁଝାମଣା ଘଟିବ; ମାତ୍ର ପର ମୁହୂର୍ତ୍ତରେ ଅବସ୍ଥାରେ ‌ସୁଧାର ଆସିବ। ବ୍ୟୟ ବୃଦ୍ଧି ଘଟିପାରେ। କାର୍ଯ୍ୟରେ ବାଧା ଉପୁଜିପାରେ।

ଧନୁ : ନିରୀହ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପ୍ରମାଦହୀନ ହେବା ଆଶା କରାଯାଏ। ସାଧୁସେବାର ସୁଯୋଗ ମିଳିପାରେ। ସୁମିତ୍ରାର୍ଜନେ ତତ୍ପର ହୋଇପାରନ୍ତି। ଆର୍ଥିକ ସ୍ଥିତି ଦୃଢ଼ ହେବ। ଧନ ଲାଭ ହୋଇପାରେ।

ମକର : ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସତ୍‌କର୍ମରେ ବ୍ୟୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉପୁଜିଥିବା ସମସ୍ତ ବାଧାବିଘ୍ନ ଦୂର ହେବ। ତ୍ୟାଗଶୀଳ ହୋଇପାରନ୍ତି। ନୀତିନିଷ୍ଠ ହେବାର ସୂଚନା ମିଳୁଛି।

କୁମ୍ଭ : ଖଳ ଲୋକଙ୍କ ସହିତ ଉପୁଜିଥିବା ବିବାଦର ସମାଧାନ ପାଇଁ ପଥ ପରିଷ୍କାର ହୋଇଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ଅର୍ଥାଗମ ହେବ।

ମୀନ : ପୁତ୍ରର କାର୍ଯ୍ୟକଳାପରୁ ଲଜ୍ଜିତ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଆତ୍ମ ସନ୍ତୋଷ ଲାଭ କରିବେ। ପରୋପକାରୀ ହେବେ।

Comments are closed.