ସୋମବାର ରାଶିଫଳ (୧୩/୦୬/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Samaja Digital (AH) Last updated Jun 13, 2022 Share ମେଷ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ନିଜ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧକରି ଗଢ଼ି ତୋଳିବେ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ। ପାପତାପ ଦୂର ହେବ। ବୃଷ : ଜଣେ ପୁଣ୍ୟକର୍ମା ବ୍ୟକ୍ତି ଭାବେ ଅଜାତଶତ୍ରୁ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସାଧନାରୁ ଶାଶ୍ବତ ସୁଖର ସନ୍ଧାନ ମିଳିବ। ଋଣ ମୁକ୍ତ ହୋଇ ମାନସିକ ଶାନ୍ତି ଫେରିପାଇବେ। ମିଥୁନ : ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅର୍ଥର ଅନ୍ତଃସ୍ରୋତ ଅବ୍ୟାହତ ରହିବ। ପ୍ରାଣପ୍ରିୟାଙ୍କ ମନସ୍କାମନା ପୂରଣ କରିବେ। କର୍କଟ : କାର୍ଯ୍ୟ ଅସାଧ୍ୟ ହୋଇଥିଲେ ବି କଠିନ ଶ୍ରମ ସ୍ବୀକାର କରି ତା’ର ସମ୍ପାଦନ କରିବାରେ ପାରଙ୍ଗମ ହେବେ। ଜଣେ କୃଷି ବିଶାରଦ ଭାବେ ଗ୍ରାମାଞ୍ଚଳ କୃଷକମାନଙ୍କୁ ଦିଗ୍ଦର୍ଶନ ଦେବେ। ଭ୍ରାତୃଭକ୍ତି ମିଳିବ। ସିଂହ : ସର୍ବଦର୍ଶୀ ହୋଇପାରନ୍ତି। କାର୍ଯ୍ୟଧାରାର ପ୍ରତି ପଦକ୍ଷେପ ପ୍ରଶଂସନୀୟ ହେବ। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କନ୍ୟା : ଧନଲକ୍ଷ୍ମୀଙ୍କର ଶୁଭାଶିଷ ରହିଛି। କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ପ୍ରତି ଆହ୍ବାନଗୁଡ଼ିକୁ ଉତ୍କର୍ଷର ସୋପାନ ମନେ କରି ଆରୋହଣ କରିବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। Related Posts ମାଲକାନଗିରି ସୀମାରୁ ବିପୁଳ ମାଓ ସାମଗ୍ରୀ ଜବତ Mar 21, 2023 ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି… Mar 21, 2023 ତୁଳା : ନିଜେ ଖାଇ ଅନ୍ୟକୁ ଖୁଆଇ ଗୃହ ପରିବେଶକୁ ମଧୁମୟ କରିପାରନ୍ତି। ବହୁ ଉପହାର ପ୍ରାପ୍ତିର ସୂଚନା ମିଳୁଛି। ଅତିଥି ସତ୍କାରରେ ନିୟୋଜିତ ହେବେ। ଜୀବନକୁ ଭୁଲିପାରନ୍ତି; ମାତ୍ର ସଂକଳ୍ପକୁ ନୁହେଁ। ବିଛା : ଈପ୍ସିତ ସ୍ବତନ୍ତ୍ର ସୁବିଧା ସୁଯୋଗ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ବାଧାବିଘ୍ନକୁ ଏଡ଼ାଇ ପ୍ରତିଷ୍ଠିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଧୀର ବୃଦ୍ଧି, ସ୍ଥିର ଚିତ୍ତରେ କାର୍ଯ୍ୟ କରିବେ। ଧନୁ : ଜ୍ଞାନ ପ୍ରଦୀପ ପ୍ରଜ୍ବଳନ କରି ଜୀବନକୁ ସରସ, ସୁନ୍ଦର କରିପାରନ୍ତି। ଆପଣଙ୍କ ପ୍ରେରଣା, ଗ୍ରହୀତାମାନଙ୍କର ଜୀବନକୁ କର୍ମତତ୍ପର କରିପାରେ। ଭାଷାକୁ ନମନୀୟ ଓ କମନୀୟ କରି ସମସ୍ତଙ୍କ ମନ କିଣିପାରନ୍ତି। ମକର : ସରକାରୀ କୃପା ଲାଭ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ପାରଙ୍ଗମ ହେବେ। ଦୟାଳୁ ଓ ସମ୍ୟକ୍ ତତ୍ତ୍ବଦର୍ଶୀ ହେବେ। ଜ୍ଞାନର ପ୍ରଦୀପ ଜଳାଇ ଚଲାପଥକୁ ଆଲୋକିତ କରିପାରନ୍ତି। କୁମ୍ଭ : ହିତୋପଦେଶ ରଚନା ଦ୍ବାରା ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ଅନେକ କ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରିବାରେ କୁଣ୍ଠା ପ୍ରକାଶ କରିବେ ନାହିଁ। ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି। ମୀନ : ଇଷ୍ଟଙ୍କୁ ସୁମରଣା କରି ଉପୁଜିିବା କଷ୍ଟକୁ ଦୂର କରିପାରନ୍ତି। ପ୍ରିୟଭାଷୀ ଓ ଧନ, ଯାନବାହନଯୁକ୍ତ ହୋଇପାରନ୍ତି। ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ମନମନ୍ଦିରରେ ସ୍ଥାନ ଦେଇ ଭବ ଦୁଃଖକୁ ପାରିହୁଅନ୍ତୁ। Share FacebookTwitterWhatsApp
Comments are closed.