www.samajalive.in
Saturday, December 6, 2025
26.1 C
Bhubaneswar

ଫେବୃଆରୀରେ ବଜାରକୁ ଆସିବ ହୋଣ୍ଡାର ସିବି୩୦୦ଆର ବାଇକ୍‍

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ହୋଣ୍ଡା ନିଜର ନୂଆ ମଡେଲ ବାଇକ ସିବି ୩୦୦ଆରର ବଜାର ପ୍ରବେଶ କରାଇବା ପାଇଁ ତାରିଖ ଧାର୍ଯ୍ୟ କରିସାରିଛନ୍ତି। କମ୍ପାନୀ ଫେବୃଆରୀ ୮ରେ ଏହାର ଲଞ୍ଚିଂ କରିବ। ଏଥିପାଇଁ କମ୍ପାନୀ ହୋଣ୍ଡା ସିବି ୩୦୦ଆରର ଆଗୁଆ ବୁକିଂ ମଧ୍ୟ ଆରମ୍ଭ କରିସାରିଛି। ଗ୍ରାହକ ୫ହଜାର ଟଙ୍କା ଦେଇ ବୁକିଂ କରିପାରିବେ। ଏହି ବାଇକ ବଜାରରେ ଥିବା ବହୁ ଶକ୍ତିଶାଳୀ ବାଇକ ମାନଙ୍କ ସହ ପ୍ରତିଯୋଗିତା କରିବ। କମ୍ପାନୀର କହିବା ଅନୁସାରେ ହୋଣ୍ଡା ସିବି ୩୦୦ଆରର ମୂଲ୍ୟ ୨.୫୦ଲକ୍ଷରୁ କମ କରାଯାଇଛି। ଏହି ବାଇକକୁ ନିୟୋ ସ୍ପୋର୍ଟସ୍‍ କେଫ ଡିଜାଇନକୁ ନଜର ରଖି ପ୍ରସ୍ତୁତି କରାଯାଇଛି। ଏହାକୁ ମେଟ ଏକ୍ସିସ୍‍ ଓ ମେଟଲିକ ଦୁଇଟି ରଙ୍ଗରେ ବଜାର ପ୍ରବେଶ କରାଯିବ। ବାଇକର ଆକର୍ଷଣୀୟ ରୂପ ସମସ୍ତଙ୍କୁ ପସନ୍ଦ ଲାଗିବ ବୋଲି କମ୍ପାନୀ ଆଶା ରଖିଛି। ବାଇକର ତେଲ ଟାଙ୍କିରେ ୧୦ ଲିଟର ତୈଳ କ୍ଷମତା ରହିଛି। ହୋଣ୍ଡା ସିବି୩୦୦ଆରରେ ୨୮୬ ସିସି ଡିଓଏଚସି ୪ବ୍ଲଭ ଲିକ୍ୟୁଡ କୁଲ୍ଡ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିଛି। କମ୍ପନୀର ସୂଚନା ଅନୁସାରେ ଏକ ଲିଟରରେ ୩୦.୨ କିଲୋମିଟର ପ୍ରର୍ଯ୍ୟନ୍ତ ଯାଇପାରିବେ। ଏହି ବାଇକର ସମ୍ମୁଖ ଭାଗରେ ୨୯୬ଏମ୍‍ଏମ୍‍ ଓ ପଛ ଭାଗରେ ୨୨୦ ଏମ୍‍ଏମ୍‍ ଡିସ ବ୍ରେକ ରହିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories