ଗ୍ରାହକଙ୍କ ପାଇଁ ଏମିତି ସୁବିଧା ଆଣିଲା ହୋଣ୍ଡା

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଏଣ୍ଡ୍ ସ୍କୁଟର ଇଣ୍ଡିଆ ନିଜ ଗ୍ରାହକଙ୍କୁ ଏକ ଦମଦାର ଅଫର ଦେଉଛି । କମ୍ପାନୀ କିଛି ଲୋକପ୍ରିୟ ବାଇକ୍ ଯଥା ସିବି୩୫୦, ହାଇନେସ୍ ସିବି୩୫୦, ସିବି୩୫୦ଆରଏସ୍, ସିବି୩୦୦ଏଫ୍ ଏବଂ ସିବି୩୦୦ଆରରେ ବର୍ଦ୍ଧିତ ଓ୍ବାରେଣ୍ଟି ଦେଉଛି । ଅର୍ଥାତ୍ ଏବେ ଏହି ବାଇକରେ ସମୁଦାୟ ୧୦ ବର୍ଷର ଓ୍ବାରେଣ୍ଟି ମିଳୁଛି । ଏହା ପୂର୍ବରୁ ହୋଣ୍ଡା ନିଜ ବିଗଓ୍ବିଙ୍ଗ୍ ମୋଟରସାଇକେଲରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଥିଲା । ଏବେ କମ୍ପାନୀ  ୭ ବର୍ଷର ବର୍ଦ୍ଧିତ ଓ୍ବାରେଣ୍ଟି ଦେଉଛି । ପ୍ରଥମ ୧୦ ହଜାର ଗ୍ରାହକ ଏହି ଅଫରର ଫାଇଦା ଉଠାଇପାରିବେ । ତେବେ ଏହି ଅଫର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ରହିବ । କହିରଖୁଛୁ ହିରୋ ମୋଟୋକର୍ପ ପରେ ହୋଣ୍ଡା ନମ୍ବର ୨ରେ ଅଛି । ପ୍ରତିବର୍ଷ କମ୍ପାନୀ ନିଜ ବିକ୍ରିରେ ବୃଦ୍ଧି କରୁଛି । କମ୍ପାନୀର ବିକ୍ରି ପ୍ରାୟ ୫୦ ପ୍ରତିଶତ ବାର୍ଷିକ ବୃଦ୍ଧି ପାଉଛି । କମ୍ପାନୀର ଆକ୍ଟିଭା ପ୍ରତି ମାସରେ ସବୁଠାରୁ ଅଧିକ ବିକ୍ରି ହାସଲ କରିଥିବା ମଡେଲ ।

ବିଦେଶ ମାଟିରେ ରାମଚରଣଙ୍କ ନୂଆ ରେକର୍ଡ଼; ପ୍ରଥମ ଭାରତୀୟ ଭାବେ…

Comments are closed.