www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତରେ ହୋଣ୍ଡା ଆଣିବ ନୂଆ ଇଲେକ୍ଟ୍ରିକ୍‌ ମୋଟରସାଇକଲ୍‌ ମଡେଲ୍‌

ଭୁବନେଶ୍ୱର: ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଏବଂ ପରିବେଶ ପ୍ରତିରହିଥିବା ପ୍ରତିବଦ୍ଧତାକୁ ପାଳନ କରିବା ଲାଗି ହୋଣ୍ଡା ମୋଟରସାଇକଲ୍‌ ପକ୍ଷରୁ ବଡ଼ ଧରଣର ଯୋଜନା ଘୋଷଣା କରାଯାଇଛି । ୨୦୫୦ ସୁଦ୍ଧା ହୋଣ୍ଡା ଏହାର ଉତ୍ପାଦ ଓ କର୍ପୋରେଟ୍‌ କାର୍ଯ୍ୟରେ ନେଟ୍‌ ନ୍ୟୁଟ୍ରାଲିଟି ହାସଲ କରିବାକୁ ଯୋଜନା ରଖିଛି । ଏବିଷୟରେ ହୋଣ୍ଡାର ନିର୍ଦେଶକ, କାର୍ଯ୍ୟନିର୍ବାହୀ ଉପସଭାପତି ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିନିଧି କୋହେଇ ଟାକେଉଚି ଓ ପରିଚାଳନା ଅଧିକାରୀ ଯୋଶିଶିଜି ନୋମୁରା ଘୋଷଣା କରିଛନ୍ତି ।
ଅଙ୍ଗାରକାମ୍ଳ ନିର୍ଗମକ ହ୍ରାସ କରିବାର ପ୍ରଥମ ପଦକ୍ଷେପ ସ୍ୱରୂପ ହୋଣ୍ଡା ପକ୍ଷରୁ ଇଲେକ୍ଟ୍ରିକ୍‌ ମୋଟରସାଇକଲ୍‌ ଉନ୍ମୋଚନ କରାଯିବ । ବିଶେଷ କରି ନିତିଦିନିଆ ଯାତାୟାତରେ ବ୍ୟବହାର ହେଉଥିବା ଓ କୌତୁକ ବର୍ଗରେ କଂପାନି ଏଭଳି ମୋଟରସାଇକଲ୍‌ ଆଣିବ । ଉଦୀୟମାନ ଓ ବିକଶିତ ଦେଶଗୁଡ଼ିକରେ ତାହାକୁ ବିକ୍ରି କରାଯିବ । ୨୦୪୦ ଦଶକ ସୁଦ୍ଧା କଂପାନି ଏହାର ସମସ୍ତ ମୋଟରସାଇକଲ୍‌ରେ କାର୍ବନ୍‌ ନ୍ୟୁଟ୍ରାଲିଟି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ପରିବେଶ ସୁରକ୍ଷା ଜନିତ ପଦକ୍ଷେପ କ୍ଷେତ୍ରରେ ମଧ୍ୟ କଂପାନି ଆଗରେ ରହିବାକୁ ଚାହୁଁଛି ।
ହୋଣ୍ଡା ପକ୍ଷରୁ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ମଡେଲ୍‌ଗୁଡ଼ିକୁ ବନ୍ଦ କରାଯିବ ଏବଂ କାର୍ବନ ନ୍ୟୁଟ୍ରାଲିଟିକୁ ସମର୍ଥନ କରୁଥିବା ଯଥା ଇଥାନଲ୍‌ ମିଶା ପେଟ୍ରୋଲ ଆଦିକୁ ବିକଶିତ କରାଯିବ । ବ୍ରାଜିଲରେ ଫ୍ଲେକ୍ସ ଫୁଏଲ୍‌ ମଡେଲ୍‌ର ମୋଟରସାଇକଲ୍‌ ଉପଲବ୍ଧ ହେଉଛି । ଭାରତରେ ମଧ୍ୟ କଂପାନି ସେହିଭଳି ମଡେଲ୍‌ ଉନ୍ମୋଚନ କରିବ । ୨୦୨୩ ପ୍ରାରମ୍ଭ ସୁଦ୍ଧା ଫ୍ଲେକ୍ସ ଫୁଏଲ (ଇ୨୦)୍‌ ଓ ୨୦୨୫ ସୁଦ୍ଧା ଫ୍ଲେକ୍ସ ଫୁଏଲ (ଇ୧୦୦) ମଡେଲ୍‌କୁ ଉନ୍ମୋଚନ କରିବାକୁ କଂପାନି ଯୋଜନା ରଖିଛି ।
ଇଲେକ୍ଟ୍ରିକ୍‌ ଯାନର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ଲାଗି ହୋଣ୍ଡା ପକ୍ଷରୁ ୨୦୨୫ ସୁଦ୍ଧା ୧୦ ନୂଆ ଇଲେକ୍ଟ୍ରିକ୍‌ ମଡେଲ୍‌କୁ ଉନ୍ମୋଚନ କରାଯିବ ଏବଂ ପାଂଚ ବର୍ଷ ମଧ୍ୟରେ ମୋଟରସାଇକଲ୍‌ ବିକ୍ରିକୁ ୧ ନିୟୁତରେ ପହଂଚାଇବାକୁ ମଧ୍ୟ ଯୋଜନା ରଖିଛି । ୨୦୩୦ ସୁଦ୍ଧା କଂପାନି ମୋଟ ବିକ୍ରିର ପ୍ରାୟ ୧୫ ପ୍ରତିଶତ ଅର୍ଥାତ ୩.୫ ନିୟୁତ ଇଲେକ୍ଟ୍ରିକ୍‌ ମୋଟରସାଇକଲ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି ।
ହୋଣ୍ଡା ପକ୍ଷରୁ ୨୦୨୪ ଓ ୨୦୨୫ ମଧ୍ୟରେ ଦୁଇଟି କମ୍ୟୁଟର୍‌ ଇଭିକୁ ଏସିଆ, ୟୁରୋପ ଓ ଜାପାନରେ ଉନ୍ମୋଚନ କରାଯିବ । ସେହିପରି ୨୦୨୪ ସୁଦ୍ଧା ଏସିଆ, ୟୁରୋପ, ଜାପାନ ଓ ଚୀନ୍‌ ପାଇଁ ପାଂଚ କମ୍ପାକ୍ଟ ଓ ସୁଲଭ ଇଏମ୍‌ ଓ ଇବି ମଡେଲ୍‌ ଉନ୍ମୋଚନ କରାଯିବ । କୌତୁକ ଇଭି ବର୍ଗରେ କଂପାନି ୨୦୨୪-୨୫ ସୁଦ୍ଧା ତିନିଟି ବଡ଼ ଆକାର ଫନ୍‌ ଇଭି ମଡେଲ୍‌ ଜାପାନ, ଆମେରିକା ଓ ୟୁରୋପ ପାଇଁ ଆଣିବ ।
ଇଲେକ୍ଟ୍ରିକ୍‌ ଯାନର ଗ୍ରହଣୀୟତାକୁ ବଢ଼ାଇବା ପାଇଁ ଆବଶ୍ୟକ ଭିତିଭୂମି ଓ ବ୍ୟାଟେରି ଭିତିଭୂମି ବିକାଶ ଉପରେ ମଧ୍ୟ କଂପାନି ଧ୍ୟାନ ଦେବ । କଂପାନି ମୋଟରସାଇକଲ୍‌ ବ୍ୟାଟେରି ସେୟାରିଂ ଆରମ୍ଭ କରିବାକୁ ମଧ୍ୟ ଯୋଜନା ରଖିଛି । କଂପାନି ଏକକ ବ୍ୟାଟେରି ନିର୍ମାଣ କରିବାକୁ ଉପରେ ଜୋର ଦେଉଛି ଯାହାକୁ ବିଭିନ୍ନ ଗାଡ଼ିରେ ବ୍ୟବହାର କରିହେବ । ଏଥିପାଇଁ ଚାରିଟି ଜାପାନୀ ମୋଟରସାଇକଲ୍‌ ନିର୍ମାତାଙ୍କ ସହ କଂପାନି ସହଯୋଗିତା ସ୍ଥାପନ କରିଛି । ସଫ୍‌ଟଓୟାର ପ୍ରଯୁକ୍ତିରେ ଉନ୍ନତିି ଆଣିବା ଉପରେ ମଧ୍ୟ କଂପାନି କାମ କରିବ । ହୋଣ୍ଡା ଏକ କନେକ୍ଟେଡ୍‌ ପ୍ଲାଟ୍‌ଫର୍ମ ବିକଶିତ କରିବ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories