www.samajalive.in
Thursday, December 11, 2025
15.1 C
Bhubaneswar

ଶପଥପାଠ କରି ହୋମ କ୍ୱାରେନଟାଇନକୁ ଗଲେ ୨୦୭ ପ୍ରବାସୀ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡସାହି ବ୍ଲକ ଆଇସୋଲେସନ୍ ଓ ପଞ୍ଚାୟତ କ୍ୱାରେନଟାଇନ୍ କେନ୍ଦ୍ର(ଟିଏମସି)ରେ କରୋନା ଲକ୍ଷଣ ନଥିବା ସାଙ୍ଗକୁ ୭ଦିନ ପୂରଣ କରିଥିବା ୨୦୭ଜଣ ପ୍ରବାସୀଙ୍କୁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ହୋମ୍ କ୍ୱାରେନଟାଇନରେ ରହିବା ପାଇଁ ଅନୁମତି ଦିଆଯାଇଛି। ତହସିଲଦାର ମମତାଜ ମହାରଣା, ବିଡ଼ିଓ ଦିଲ୍ଲିପ କୁମାର ମହାରଣା ଓ ଆଇଆଇସି ଜୟନ୍ତ କୁମରେ ବେହେରାଙ୍କ ଉପସ୍ଥିତିରେ ଅପରାହ୍ଣରେ ବଡ଼ଓାହି ଆଦର୍ଶସ୍କୁଲ ଆଇସୋଲେସନ୍ କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ୭ଦିନରୁ ଅଧିକ ଦିନ ଧରି ରହିଥିବା ଲକ୍ଷଣ ବିହୀନ ୯୦ଜଣ ପ୍ରବାସୀ ଜଣ ଜଣ କରି ଶପଥ ପାଠ କରିଥିଲେ। ‘ସଙ୍ଗରୋଧ ନିୟମକୁ ଉଲଘଂନ କରି ମୁଁ ମୋ ପରିବାର ଓ ସମାଜକୁ ବିପଦକୁ ନେବି ନାହିଁ, ପୂରଣ ହେବାକୁ ଥିବା ବାକି ଦିନ ହୋମ କ୍ୱାରେନଟାଇନରେ ପାଳନ କରିବି’ ବୋଲି ସମସ୍ତେ ଶପଥ କରିଥିଲେ। ବିଶୋଧିତ ହୋଇ ଥିବା ସେମାନଙ୍କର ଜିନିଷପତ୍ର ଓ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ହାଇଜେନିକ କିଟ୍‍ ସମସ୍ତଙ୍କୁ ପ୍ରଦାନ ପୂର୍ବକ ସ୍ୱତନ୍ତ୍ର ଗାଡ଼ିରେ ଘରକୁ ଘର ନେଇ ପହଞ୍ଚାଯାଇଥିଲା। ସମ୍ପୃକ୍ତ ପରିବାରକୁ ମଧ୍ୟ ନିୟମ ମାନିବାକୁ ଆଦେଶ ଦିଆଯାଇଛି। ଅନ୍ୟଥା କୋଭିଡ଼-୧୯ ୨୦୨୦ ଆଇନ ଉଲଘଂନ ନେଇ ଥାନାରେ ଉଲଘଂନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

ବଡ଼ସାହି କେନ୍ଦ୍ରରେ ନିଜର ଶ୍ରମଦାନ କରି ସମରେନ୍ଦ୍ର ବେହେରା, ଶଶାଙ୍କ ଶେଖର କର ଓ ବସନ୍ତ ସିଂଙ୍କ ନେତୃତ୍ୱରେ ୧୫ଦିନ ଧରି ସୁରକ୍ଷା ପ୍ରଦାନ କରୁଥିବା ୩୦ଜଣ ସ୍ୱେଚ୍ଛାସେବୀଙ୍କୁ ପ୍ରଶାସନ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା। ସେମାନେ ଟେଣ୍ଟ କରି ଦିନରାତି କେନ୍ଦ୍ରକୁ ବାହାର ଲୋକଙ୍କ ସହିତ ପ୍ରବାସୀଙ୍କ ମିଳାମିଶାକୁ କଡ଼ାକଡ଼ି କରି ରଖି ଥିବାରୁ ବଡ଼ସାହି ବ୍ଲକ ଅଦ୍ୟାବଧି କରୋନାମୁକ୍ତ ରହିଛି। କାରଣ ଏହି କେନ୍ଦ୍ରରେ ସୁରତ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରଖାଯାଉଛି। ବଡ଼ସାହି କେନ୍ଦ୍ର ପରି ୩୦ଟି ପଞ୍ଚାୟତରେ ଆଜି ସନ୍ଧ୍ୟା ବେଳକୁ ସରପଞ୍ଚ ଓ ନୋଡ଼ାଲ ଅଫିସରଙ୍କ ଉପସ୍ଥିତିରେ ୭ଦିନ ପୂରଣ କରିଥିବା ଲକ୍ଷଣ ବିହୀନ ପ୍ରବାସୀଙ୍କୁ ଅନୁରୂପ ଭାବେ ଶପଥ ପାଠ ପୂର୍ବକ ନିଜ ନିଜ ଘରକୁ ପଠାଯାଇଛି। ତେବେ ନମୁନା ପରୀକ୍ଷା କରା ନଯାଇ ଘରକୁ ପଠାଯାଉଥିବାରୁ ଅଧିକାଂଶ ପ୍ରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହୋମ କ୍ୱାରେନଟାଇନରେ ରହିବାକୁ ଯାଇଥିବା ପ୍ରବାସୀ ବର୍ତ୍ତମାନ କରୋନା ଆକ୍ରାନ୍ତ ନା କରୋନା ମୁକ୍ତ ଏଭଳି ଦୋ-ଛକିରେ ନିଜେ ପ୍ରବାସୀ ଓ ପରିବାର ଲୋକେ ଆଶଙ୍କାରେ ରହିବେ। ତେବେ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ସେମାନଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ସଙ୍ଗରୋଧର ସମୟସୀମା ମଧ୍ୟରେ ସମସ୍ତେ ସରକାରଙ୍କ ପକ୍ଷରୁ ଜାରି ନିୟମ ମାନି ଚଳିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories