www.samajalive.in
Wednesday, December 10, 2025
26.1 C
Bhubaneswar

ଏନ୍-୯୫ ମାସ୍କ ମୂଲ୍ୟ ୪୭% ହ୍ରାସ, କଳାବଜାରୀ ରୋକିବାକୁ ପଦକ୍ଷେପ

ନୂଆଦିଲ୍ଲୀ: ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଜରିଆରେ ଏନ-୯୫ ମାସ୍କକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି । ଏନ-୯୫ ମାସ୍କ ଉତ୍ପାଦନକାରୀ ଓ ରପ୍ତାନିକାରୀଙ୍କୁ ମାର୍ଗଦର୍ଶିକା ଜାରି ପରେ ଏହାର ମୂଲ୍ୟ ୪୭% ହ୍ରାସ ପାଇବା ସହ ଦେଶରେ ଏହା ସୁଲଭ ମୂଲ୍ୟରେ ମିଳିପାରୁଛି । ଜନସ୍ଵାର୍ଥ ଦୃଷ୍ଟିରୁ ଅନ୍ୟାନ୍ୟ ଉତ୍ପାଦନକାରୀ ଓ ରପ୍ତାନିକାରୀମାନେ ସରକାରଙ୍କ ପରାମର୍ଶ ମାନି ଏହାର ମୂଲ୍ୟ ହ୍ରାସ କରିବେ ବୋଲି ଆଶା କରାଯାଉଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଦେଶରେ ଏନ-୯୫ ମାସ୍କର ଅଧିକ ମୂଲ୍ୟରେ ବିକ୍ରି, ବେଆଇନ ମହଜୁଦ ଓ କଳାବଜାରୀ ସଂକ୍ରାନ୍ତରେ ଅଭିଯୋଗମାନ ହସ୍ତଗତ ପରିପ୍ରେକ୍ଷୀରେ ଏନପିପିଏ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ନିୟନ୍ତ୍ରକ ଓ ପ୍ରଶାସକମାନଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ କେତେକ ସ୍ଥାନରେ ଚଢାଉ କରାଯାଇ ବେଆଇନ ମହଜୁଦକାରୀ ଓ କଳାବଜାରୀରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନ-୯୫ ମାସ୍କର ସରକାରୀ ଦର ସେଥିରେ ମୁଦ୍ରଣ କରିବା ପାଇଁ ବମ୍ବେ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ମଧ୍ୟ ଦାଏର ହୋଇଛି ।  ସେ ଦୃଷ୍ଟିରୁ ସରକାର ରପ୍ତାନିକାରୀ, ଉତ୍ପାଦନକାରୀ ଓ ବିତରକମାନଙ୍କ ପାଖରୁ ବ୍ୟବସାୟିକ ଦରରେ ସିଧାସଳଖ କିଣୁଛନ୍ତି । ଏନ-୯୫ ମାସ୍କର ମୂଲ୍ୟହ୍ରାସ ପାଇଁ ଏନପିପିଏ ହସ୍ତକ୍ଷେପ କରିବା ଫଳରେ ଦେଶରେ ଏହା ସୂଲଭ ମୂଲ୍ୟରେ ଉପଲବ୍ଧ ହେଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories