www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରତିଶ୍ରୁତି ପାଳନ କଲା ହକି ଇଣ୍ଡିଆ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୧ ଲକ୍ଷ ପ୍ରଦାନ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ଫଣି ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ହକି ଇଣ୍ଡିଆ ପକ୍ଷରୁ ୩୧ ଲକ୍ଷ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ ତଥା ଏଫ୍‌ଆଇଏଚ୍‌ ସଭାପତି ଡ. ନରେନ୍ଦ୍ର ଧ୍ରୁବ ବାତ୍ରା ଓ ହକି ଇଣ୍ଡିଆ ସଭାପତି ମୁସ୍ତାକ ଅହମ୍ମଦ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍‌ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଗତ ମେ ୩ରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ରେ କଳିଙ୍ଗ ଷ୍ଟାଡ଼ିୟମର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଫଣିରେ ହକି କ​‌େ​‌ମ୍ପ୍ଲକ୍ସର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୁବନେଶ୍ବରରେ ଜୁନ୍‌ ୫ରୁ ୧୫ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲ ଖେଳାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏପରିକି ହକି ଇଣ୍ଡିଆ ଓ ଏଫ୍‌ଆଇଏଚ୍‌ ପକ୍ଷରୁ ପ୍ରତିଯୋଗିତାକୁ କଳିଙ୍ଗ ଷ୍ଟାଡ଼ିୟମରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ନେଇ ମଧ୍ୟ ଯୋଜନା କରାଯାଇଥିଲା। ଓଡ଼ିଶା ସରକାରଙ୍କ ଉଦ୍ୟମ ବଳରେ ନିର୍ଦ୍ଧାରିତ ସମୟରେ କ୍ଷତିଗ୍ରସ୍ତ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପଲେକ୍ସ ମରାମତି ଶେଷ କରାଯାଇ ସଫଳତାର ସହିତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଖେଳ ପ୍ରତି ଏଭଳି ଉତ୍ସାହକୁ ଦେଖି ହକି ଇଣ୍ଡିଆ ପକ୍ଷରୁ ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲସ୍‌ର ଟିକଟ ବିକ୍ରି ସମସ୍ତ ଅର୍ଥ ଫଣି ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। ପ୍ରତିଯୋଗିତାରେ ମୋଟ ୮ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ ମୋଟ ୨୦ଟି ମ୍ୟାଚ ଖେଳାଯାଇଥିଲା। ସେଥିମଧ୍ୟରୁ ସକାଳେ ଖେଳାଯାଇଥିବା ୫ଟି ମ୍ୟାଚ ଲାଗି ଟିକଟ ବ୍ୟବସ୍ଥା ନଥିବାବେଳେ ଅବଶିଷ୍ଟ ୧୫ଟି ମ୍ୟାଚ ଲାଗି ଟିକଟ ରହିଥିଲା। ୧୧ଟି ଲିଗ୍‌ ମ୍ୟାଚ ଲାଗି ଟିକଟ ମୂଲ୍ୟ ୧୦୦ ଓ ୧୫୦ ଟଙ୍କା ରହିଥିବାବେଳେ ସେମିଫାଇନାଲ, ତୃତୀୟ ସ୍ଥାନ ଓ ଫାଇନାଲ ମ୍ୟାଚ ଲାଗି ଟିକଟ ମୂଲ୍ୟ ୧୫୦ ଓ ୨୫୦ ଟଙ୍କା ରହିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories