www.samajalive.in
Tuesday, December 9, 2025
17.1 C
Bhubaneswar

ପନ୍ତ୍‌ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ : କୋହଲି

ଗାଏନା : ଯୁବ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ୍‌ଙ୍କୁ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ବୋଲି ମତ ଦେଇଛନ୍ତି ଅଧିନାୟକ ବିରାଟ କୋହଲି। ୱେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ପନ୍ତ୍‌ ୪୨ଟି ବଲ୍‌ରୁ ଅପରାଜିତ ୬୫ ରନ୍‌ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ଭାବେ ପରିଗଣିତ ପନ୍ତ୍‌ ପ୍ରଥମ ଦୁଇଟି ଟ୍ବେଣ୍ଟି୨୦ରେ ଖରାପ ସଟ୍ ଖେଳି ସହଳ ଆଉଟ୍‌ ହୋଇଥିବା ବେଳେ ତୃତୀୟ ମ୍ୟାଚ୍‌ରେ ପରିପକ୍ବତା ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ବ୍ୟାଟିଂ କରିବା ସମୟରେ ପନ୍ତ୍‌ଙ୍କୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କୁ ଉପଯୁକ୍ତ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି କହିଥିଲେ ପନ୍ତ୍‌ ହେଉଛନ୍ତି ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ। ଏବେ ତାଙ୍କୁ କମ୍‌ ବୟସ ହୋଇଥିବାରୁ ତାଙ୍କୁ ଅଧିକ ଚାପରେ ନ ପକାଇବାକୁ ନିଷ୍ପତ୍ତି ହୋଇଛି। ତାଙ୍କ ନିକଟରେ ବେଶ୍‌ ପ୍ରତିଭା ଓ ଦକ୍ଷତା ରହିଛି। ଆଗକୁ ସେ ଯେତେ ମ୍ୟାଚ୍‌ ଖେଳିବେ ତାଙ୍କ ଅଭିଜ୍ଞତା ସେତିକି ପରିମାଣରେ ବୃଦ୍ଧି ପାଇବ ଏବଂ ଦଳକୁ ଅଧିକରୁ ଅଧିକ ମ୍ୟାଚ୍‌ରେ ବିଜୟୀ କରାଇ ପାରିବେ।
ସେହିପରି ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଦ୍ରୁତ ବୋଲର ଦୀପକ ଚହର୍‌ ଯେପରି ପ୍ରଦର୍ଶନ କଲେ ତାହାକୁ ଉଚ୍ଚପ୍ରଶଂସା କରିଛନ୍ତି କୋହଲି। ଦୀପକ ଏହି ମ୍ୟାଚ୍‌ରେ ମୂଳରୁ ୩ଟି ୱିକେଟ୍‌ ହାସଲ କରି ୱେଷ୍ଟଇଣ୍ଡିଜ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଦୀପକଙ୍କୁ ବରିଷ୍ଠ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ସହ ତୁଳନା କରିଛନ୍ତି କୋହଲି। ନୂଆ ବଲ୍‌ରେ ଭୁବନେଶ୍ବର କୁମାର ସୁଇଙ୍ଗ ହାସଲ କରିବାରେ ସିଦ୍ଧହସ୍ତ ହୋଇଥିବା ବେଳେ ଦୀପକଙ୍କ ନିକଟରେ ମଧ୍ୟ ସମାନ ପ୍ରତିଭା ରହିଥିବା କୋହଲି ମତ ଦେଇଛନ୍ତି। ଆଗକୁ ଦୀପକ ଯେତେ ଅଧିକ ମ୍ୟାଚ୍‌ ଖେଳିବେ ତାଙ୍କ ଅଭିଜ୍ଞତା ବଢ଼ିବ ଏବଂ ସେ ନିଜକୁ ଅଧିକ ପ୍ରଭାବଶାଳୀ ବୋଲର ଭାବେ ପ୍ରତିଷ୍ଠିତ କରାଇ ପାରିବେ ବୋଲି କୋହଲି ଆଶାବ୍ୟକ୍ତ କରିଛନ୍ତି।
ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତୀୟ ଦଳ ୩-୦ରେ ବିଜୟୀ ହୋଇଥିବାରୁ କୋହଲି ସନ୍ତୋଷବ୍ୟକ୍ତ କରିଛନ୍ତି। ତେବେ ଏହି ବିଜୟ ଧାରା ଆଗାମୀ ଦିନିକିଆ ସିରିଜ୍‌ରେ ବଜାୟ ରଖିବାକୁ ହେବ ବୋଲି କୋହଲି ମତ ଦେଇଛନ୍ତି। ଦଳକୁ ପ୍ରତି ମ୍ୟାଚ୍‌ରେ ବିଜୟୀ କରାଇବା ତାଙ୍କର ପ୍ରାଥମିକତା ବୋଲି କୋହଲି ସ୍ପଷ୍ଟ କରି ଦେଇଛନ୍ତି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜର ଦିନିକିଆ ଦଳ ବେଶ୍‌ ଶକ୍ତିଶାଳୀ ହୋଇଥିବାରୁ ଏହି ଦଳକୁ ପରାସ୍ତ କରିବାକୁ ଭାରତୀୟ କ୍ରିକେଟର୍‌ଙ୍କୁ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି କୋହଲି ସ୍ପଷ୍ଟ କରି ଦେଇଛନ୍ତି। ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଦିନିକିଆ ଓ ଟେଷ୍ଟ ସିରିଜ୍‌ ଖେଳାଯିବାକୁ ଥିବାରୁ ଏହି ଦୁଇଟି ଯାକ ସିରିଜ୍‌ରେ ଭାରତୀୟ କ୍ରିକେଟର୍‌ଙ୍କୁ ପେସାଦାର ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି କୋହଲି ମତ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories