www.samajalive.in
Monday, December 8, 2025
13.1 C
Bhubaneswar

ଖୋଲିଲା ହୀରାକୁଦ ଗେଟ୍‍

ହୀରାକୁଦ : ରାଜ୍ୟରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାମଧ୍ୟରେ ଆଜି ଖୋଲା ଯାଇଛି ହୀରକୁଦ ଗେଟ୍‍। ହୀରାକୁଦ ମୁଖ୍ୟ ବନ୍ଧରୁ ବିଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା ପରେ ଏହି ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଗଲା । ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‍ ଖୋଲା ଯାଇ ଜଳ ନିଷ୍କାସନ ଆରମ୍ଭ ହୋଇଛି। ମୋଟ ୫ଟି ଗେଟ୍‍ ମଧ୍ୟ ଦେଇ ଜଳ ନିଷ୍କାସନ ଜାରି ରହିଛି।
ରାଜ୍ୟରେ ମୌସୁମୀ ବର୍ଷା କାରଣରୁ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ତାହା ସହ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ମଧ୍ୟ ବୃଦ୍ଧି ପାଇଛି ଜଳସ୍ତର । ଆଜି ପ୍ରଥମ ପର୍ଯ୍ୟାୟରେ ହୀରାକୁଦରେ ୫ଟି ଗେଟ୍‌ ଖୋଲାଯାଇଛି। ସକାଳ ୧୧ଟା ସୁଦ୍ଧା ହୀରାକୁଦ ଗେଟ୍‍ ଖୋଲା ଯାଇଛି। ଏ ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ହୀରାକୁଦ ଗେଟ୍‌ ଖୋଲିବାକୁ ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା କରାଯାଉଛି । ସ୍ଥିତିକୁ ଦେଖି ପ୍ରଶାସନ ମଧ୍ୟ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories