www.samajalive.in
Sunday, December 7, 2025
16.1 C
Bhubaneswar

ଥାନାରେ ଅଟକ ଥିବା ହିନ୍ଦୁ ନାବାଳକକୁ ପିଟି ହତ୍ୟା କଲେ ମୁସଲିମ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି କିପରି ଅତ୍ୟାଚାର ଚାଲିଛି ତାହାର ଏକ ଘଟଣା ସାମ୍ନାକୁ ଆସିଛି। ଥାନାରେ ପଶି ହିନ୍ଦୁଙ୍କୁ ଆକ୍ରମଣ କରୁଛନ୍ତି ବାଂଲାଦେଶୀ ମୁସଲମାନ। ବାଂଲାଦେଶ ସଂଖ୍ୟାଲଘୁଙ୍କ ପାଇଁ ରହିଥିବା ମାନବାଧିକାର କଂଗ୍ରେସ(ଏଚଆରସିବିଏମ) ପକ୍ଷରୁ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାରକୁ ନିନ୍ଦା କରିଛି।


ଏଚଆରସିବିଏମ ସୂଚନା ଅନୁସାରେ, ଉତ୍ସବ ମଣ୍ଡଳ ନାମ ଜଣେ କଲେଜ ଛାତ୍ରକୁ ପୁଲିସ ଥାନାରେ ଅଟକ ରଖିଥିଲା। ପ୍ରଫେଟ ମହମ୍ମଦଙ୍କ ବିଷୟରେ ଉତ୍ସବ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ପୁଲିସ ଥାନାକୁ ଆଣିଥିଲା। କିନ୍ତୁ କୌଣସି ଯାଞ୍ଚ କରାଯାଇ ନ ଥିଲା। ଏହା ପରେ ଉତ୍ତ୍ୟକ୍ତ ମୁସଲମାନମାନେ ଥାନାରେ ପଶି ନାବାଳକଙ୍କୁ ପିଟି ପିଟି ଲହୁଲୁହାଣ କରିଥିଲେ। ପରେ ନାବାଳକର ମୃତ୍ୟୁ ଘଟିଥିଲା। ଏହି ଘଟଣା ସମୟରେ ସେଠାରେ ଯବାନମାନେ ବି ଉପସ୍ଥିତ ଥିଲେ। ହେଲେ କେହି ପ୍ରତିବାଦ କରି ନ ଥିଲେ।

- Advertisement -

ସେହିପରି କ୍ରକ୍ସ ବଜାର ଅଞ୍ଚଳରେ ଅନ୍ୟ ଜଣେ ହିନ୍ଦୁ ନାବାଳକ ସୁକାନ୍ତ ଦେ(୧୫)ଙ୍କୁ ଉତ୍ତ୍ୟକ୍ତ ମୁସଲମାନମାନେ ପିଟି ପିଟି ହତ୍ୟା କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories