www.samajalive.in
Sunday, December 7, 2025
14.1 C
Bhubaneswar

ଲାଞ୍ଚ ନେଇ ଧରାପଡ଼ିଲେ ପ୍ରଧାନଶିକ୍ଷକ

ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପ୍ରଧାନ ଶିକ୍ଷକ। ସ୍କୁଲରେ ନାମ​‌ ଲେଖାଇବା ପାଇଁ ଜଣେ ଅଭିଭାବକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି।

ଏହି ପ୍ରଧାନଶିକ୍ଷକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲା ଟି. ରାମପୁର ଗୋପାଳପୁର ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟର ନବୀନ ସାହୁ। ସୁମିତ୍ରା ନାଏକ ନାମ୍ନୀ ମହିଳାଙ୍କ ଝିଅକୁ ସ୍କୁଲରେ ନାମ ଲେଖାଇବା ପାଇଁ ସାହୁ ଲାଞ୍ଚ ନେଉଥିବାବେଳେ ଯୋଜନା ମୁତାବକ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଏକ ଦଳ ତାଙ୍କୁ କାବୁ କରିଥିଲେ। ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହା ସହିତ ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି। ଏହା ସହିତ ସ୍କୁଲରେ ଥିବା ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ମେଦିନିପୁର ଗାଁରେ ଥିବା ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories