Patra electronics

ଏଚଏମଡି ଆଣିଲା ସବୁଠୁ ମଜଭୁତ ସ୍ମାର୍ଟଫୋନ୍, କମ୍ ଦାମରେ ଅନେକ ଫିଚର

ନୂଆଦିଲ୍ଲୀ : ଏଚଏମଡି ନିଜ ନୂଆ ସ୍ମାର୍ଟଫୋନ୍ ଏଚଏମଡି ଫ୍ୟୁଜନ ନେଇଆସିଛି । ଏହି ଫୋନର ଡିଜାଇନ ଅନ୍ୟ ଫୋନଠୁ ଭିନ୍ନ । ଏହାର ପଛପଟେ ୬ ପିନ୍ ବିଶିଷ୍ଟ କନେକ୍ଟର ରହିଛି ଯାହାକୁ ଆପଣ ଅଲଗା ଅଲଗା ପ୍ରକାର କଭର ଯୋଡିପାରିବେ । ଏଥିରେ ଆପଣ ଓ୍ବେୟାରଲେସ୍ ଚାର୍ଜିଂ, ରିଙ୍ଗ ଲାଇଟ୍, ମଜଭୁତ ସୁରକ୍ଷା, ଏଚଡି ଡିସପ୍ଲେ, ୧୦୮ ଏମପିର କ୍ୟାମେରା ପାଇବେ ।

ଏଚଏମଡି ଫ୍ୟୁଜନର ଦାମ୍ ୨୪୯ ୟୁରୋ(ପ୍ରାୟ ୨୩,୪୦୦ ଟଙ୍କା) ରଖାଯାଇଛି । ଏହି ଫୋନ କେବଳ ରଳା ରଙ୍ଗରେ ଉପଲବ୍ଧ ହେବ। ଖୁବ୍ ଶୀଘ୍ର ଏହି ଫୋନ୍ ସବୁ ଦେଶରେ ଉପଲବ୍ଧ ହେବ । ଏଥିରେ ୬.୫୬ ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ମିଳିବ । ଏଥିରେ ୯୦ ହର୍ଜର ରିଫ୍ରେଶ ରେଟ୍ ସହ ୬୦୦ ନିଟ୍ସ ପିକ୍ ବ୍ରାଇଟନେସ ମିଳିବ । ୮ ଜିବି ରାମ୍ ସହ ୨୫୬ ଜିବି ଷ୍ଟୋରେଜ୍ ଏହି ଫୋନରେ ମିଳିବ । ଫୋନ୍ ଆଣ୍ଡ୍ରଏଡ୍ ୧୪ ଓଏସରେ ଚାଲିବ । କମ୍ପାନୀ ୨ ବର୍ଷର ଅପରେଟିଂ ସିଷ୍ଟମ ଅପଡେଟ୍ ଦେବା ଘୋଷଣା କରିଛି । ୧୦୮ ଏମପିର ମୁଖ୍ୟ କ୍ୟାମେରା ମିଳିବ । ଫୋନରେ ୫ ହଜାର ଏମଏଏଚ୍ ବ୍ୟାଟେରୀ ରହିଛି ।

Comments are closed.