ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷାନୁଷ୍ଠାନଗୁନିକୁ ସକାଳ ସମୟରେ ଚାଲୁ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୋମବାର ଏସଓପି ଜାରି କରାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ସକାଳୁଆ କ୍ଲାସ ହେବ ଏବଂ ସକାଳୁଆ ପରୀକ୍ଷା ଅନୁଷ୍ଠିତ ହେବ। ଅନୁଷ୍ଠାନଗୁଡ଼ିକରେ ପାନୀୟଜଳ ଏବଂ ଓଆରଏସ ମହଜୁଦ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି। କଲେଜ ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରାଥମିକ ଚିକିତ୍ସା ସାମଗ୍ରୀ ରଖାଯିବ। ଏସଓପି ପାଳନର ତଦାରଖ ଲାଗି ସ୍କ୍ବାଡ୍ ଗଠନ କରାଯିବ। ସବୁ ବିଶ୍ଵବିଦ୍ୟାଳୟର କୁଳସଚିବ ଏବଂ କଲେଜ ଅଧ୍ୟକ୍ଷକଙ୍କୁ ଏ ନେଇ ବିଭାଗ ପକ୍ଷରୁ ଚିଠି ଲେଖି ନିର୍ଦେଶ ଦିଆଯାଇଛି।
Popular Categories



