www.samajalive.in
Thursday, December 11, 2025
27.1 C
Bhubaneswar

୧୦ ଲିଟର କଫ୍ ସିରପ ଜବତ, ଜଣେ ଗିରଫ 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି -ବଙ୍ଗୋମୁଣ୍ଡା ରାସ୍ତା ବଙ୍ଗୋମୁଣ୍ଡା ନିକଟରେ ଅବକାରୀ ବିଭାଗ ୧୦ ଲିଟର କଫ୍ ସିରପ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୂର୍ବରୁ ଛକି ରହିଥିବାବେଳେ ବାଇକରେ କୋଡିନ ଯୁକ୍ତ ଧରି ବଙ୍ଗୋମୁଣ୍ଡା ଅଞ୍ଚଳକୁ ବିକ୍ରି କରିବାକୁ ଆସୁଥିବାବେଳେ ଯାଞ୍ଚ ସମୟରେ ୧୦୦ ବୋତଲ ( ୧୦୦ ଏମ ଏଲ ) କଫ୍ ସିରପ ସହ ବାଇକ ଜବତ କରିଥିବା ଅବକାରୀ ନିରୀକ୍ଷକ କଣ୍ଟାବାଞ୍ଜି ସଚିନ ବେହେରା ସୂଚନା ଦେଇଛନ୍ତି । ଅଭିଯୁକ୍ତ ସୀତାରାମ ସା ବଙ୍ଗୋମୁଣ୍ଡା ନିବାସୀ ବୋଲି  ଜଣାପଡିଛି । ସୀତାରାମ ଆଜି ଟିକ୍ରାପଡା ଅଂଚଳରୁ କଫ୍ ସିରପ ଧରି ବଙ୍ଗୋମୁଣ୍ଡାକୁ ବିକ୍ରି କରିବାକୁ ଆଣୁଥିଲା ।  ପୂର୍ବରୁ ରାସ୍ତାରେ ଛକି ରହିଥିବା ବଙ୍ଗୋମୁଣ୍ଡା ଅବକାରୀ ଥାନା ଇନଚାର୍ଜ ସୁମିତ କୁମାରସାହୁଙ୍କ ସହ ଅବକାରୀ ଷ୍ଟାଫ ତାଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ । ସୀତାରାମଙ୍କ ନାମରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ନିରୀକ୍ଷକ ବେହେରା ସୂଚନା ଦେଇଛନ୍ତି ।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories