ଭୁବନେଶ୍ୱର: ହାଇପ୍ରୋଫାଇଲ ଯୋଡ଼ି ହଂସିତା-ଅନିଲ ମାମଲାରେ ମନୋଜଙ୍କୁ ଜାମିନ ମିଳିନାହିଁ। ହଂସିତାଙ୍କ ତଥାକଥିତ ସ୍ୱାମୀ ମନୋଜଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଏହି ମାମଲାରେ ଜାମିନ ଆବେଦନ କରିଥିବା ମନୋଜଙ୍କୁ ନିରାଶ ହେବାକୁ ପଡ଼ିଛି। ଓଡ଼ିଶା ହାଇକୋର୍ଟ ପକ୍ଷରୁ ହାଇପ୍ରୋଫାଇଲ ଯୋଡ଼ି ହଂସିତା-ଅନିଲ ମାମଲାରେ ମନୋଜଙ୍କ ଜାମିନକୁ ଖାରଜ କରିଦିଆଯାଇଛି। ହଂସିତାଙ୍କ ତଥାକଥିତ ସ୍ୱାମୀ ମନୋଜ ଇନଫୋସିଟି ଥାନା ମାମଲାରେ ଜାମିନ ଆବେଦନ କରିଥିଲେ। ଜାମିନ ଆବେଦନ ଶୁଣାଣିବେଳେ କାହିଁକି ଗିରଫଦାରି ଭୟ ରହିଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ।



