www.samajalive.in
Wednesday, December 10, 2025
26.1 C
Bhubaneswar

କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅପମାନିତ କଲା: ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସର ରାଜ ପରିବାରକୁ ଦେଶୁ ପୁଣିଥରେ ଦେଖିଲା। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧିତ କଲେ। ସେ ଓଡ଼ିଶାର ଏକ ଗରିବ ପରିବାରରୁ ଆସି ଏଠାରେ ପହଞ୍ଚିଛନ୍ତି। ତାଙ୍କ ମାତୃଭାଷା ହିନ୍ଦୀ ନୁହେଁ। ସେ ଅତି ଚମତ୍କାର ଭାବେ ସଂସଦକୁ ସମ୍ବୋଧିତ କଲେ। କିନ୍ତୁ କଂଗ୍ରେସର ରାଜ ପରିବାର ତାଙ୍କୁ ଅପମାନିତ କରିବାକୁ ପଛାଇଲା ନାହିଁ। ରାଜ ପରିବାରର ଜଣେ ସଦସ୍ୟ କହିଲେ ରାଷ୍ଟ୍ରପତିଙ୍କ ଭାଷଣ ବିରକ୍ତିକର ଥିଲା। ଆଉ ଜଣେ ସଦସ୍ୟ ତାଙ୍କୁ ବି ବଳିଗଲେ। ସେ ଟିକେ ଆଗକୁ ଯାଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମନ୍ତବ୍ୟ ଦେଇ ତାଙ୍କୁ ’poor lady’ ବା ବିଚରା ମହିଳା ବୋଲି କହିଲେ। ରାଷ୍ଟ୍ରପତିଙ୍କୁ ଗରିବ କହିଲେ, ସାମଗ୍ରୀ ସହିତ ତୁଳନା କଲେ ଏବଂ ସେ ଥକି ଯାଇଥିଲେ ବୋଲି ବି କହିଲେ। ଜଣେ ଆଦିବାସୀ ଝିଅର କଥା କଂଗ୍ରେସକୁ ବିରକ୍ତିକର ଲାଗୁଛି। ଏହା ଦେଶର ୧୦ କୋଟି ଆଦିବାସୀ ଭାଇଭଉଣୀଙ୍କର ଅପମାନ। ଯେଉଁ ଗରିବ ଆଦିବାସୀମାନେ ଉନ୍ନତି ପଥରେ ଚାଲନ୍ତି ସେମାନଙ୍କୁ କଂଗ୍ରେସ ଅପମାନିତ କରେ। ଲୋକଙ୍କୁ ଗାଳି ଦେବା, ବିଦେଶରେ ଭାରତକୁ ବଦନାମ କରିବା ଏବଂ ସହରୀ ଆତଙ୍କବାଦୀଙ୍କ କଥା ଏମାନଙ୍କୁ ଭଲ ଲାଗେ ବୋଲି ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories