ଲୁଚକାଳି ଖେଳୁଛି ମୌସୁମୀ: ବଢୁଛି ତାତି, ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଓଡିଶାବାସୀ
ଭୁବନେଶ୍ଵର: ମାଲକାନଗିରି ଛୁଇଁଛି ମୌସୁମୀ । କିନ୍ତୁ ଆଗକୁ ଆଉ ବଢୁନି। ଲୁଚକାଳି ଖେଳୁଛି। ମୌସୁମୀ ଆସିବାରେ ବିଳମ୍ବ ହେବା ଏବଂ ତାତିର ପ୍ରକୋପ ବଢିବା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଓଡିଶାବାସୀ। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ପାଗରେ କୌଣସି ବଡ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଅଧିକ ଅନୁଭୂତ ହେବ । ଆଗାମୀ ୪ରୁ ୫ଦିନ ମଧ୍ୟରେ ଦକ୍ଷିର ପଶ୍ଚିମ ମୌସୁମୀ ବାୟୁ ଓଡିଶାର କିଛି ଅଞ୍ଚଳରେ ଅଗ୍ରସର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ। ତେବେ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆଗାମୀ ୨୪ ଘଣ୍ଟାରେ ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ , ଯାଜପୁର, କେନ୍ଦୁଝର, ମାଲକାନଗିରି, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।
Comments are closed.