ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ପାଲଟିଛି ରାଜ୍ୟରୁ ସବୁଠାରୁ ଉତ୍ତପ୍ତ ସହର। ଏଠାରେ ଦିନ ସାଢ଼େ ୨ଟା ସୁଦ୍ଧା ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ବୁଧବାର ରାଜଧାନୀରେ ପାରଦ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଥିଲାବେଳେ ଦିନକରେ ତାତି ୨ ଡିଗ୍ରୀକୁ ବୃଦ୍ଧି ପାଇଛି। ସୋମବାର ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତର ସହର ହୋଇଥିଲା।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦିନ ସାଢ଼େ ୨ଟା ସୁଦ୍ଧା ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ୪୨.୯, ଚାନ୍ଦବାଲି ୪୨.୨, ବାଲେଶ୍ବର ୪୧.୪ ଡିଗ୍ରୀ। ରାଉରକେଲା ୪୦.୮ ଡିଗ୍ରୀ, ସମ୍ବଲପୁର ୪୦.୧, ହୀରାକୁଦ ୩୯.୨ ରେକର୍ଡ କରାଯାଇଛି। ଆସନ୍ତା ସପ୍ତାହେ ପାଇଁ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ। ଆସନ୍ତା ୨୫ରୁ ମେ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପ୍ରକାଶ କରିଛନ୍ତି।



