ଚନ୍ଦ୍ରଯାନ-୩ର ସଫଳ ଉତ୍କ୍ଷେପଣ : ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କିର୍ତ୍ତୀମାନ ସ୍ଥାପିତ କରି ଭାରତ ସଫଳତାର ସହିତ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିଛି । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇସ୍ରୋକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ଟ୍ବିଟ୍ କରି ଯେଉଁ ବୈଜ୍ଞାନିକ ଦଳ ଏବଂ ସମସ୍ତେ ଯେଉଁମାନେ ଏହି ସଫଳତା ହାସଲ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ପାଇଁ ଏହା ଦେଶର ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଚନ୍ଦ୍ର ମିଶନର ସଫଳତା ପାଇଁ ରାଷ୍ଟ୍ରପତି ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।
India successfully launches Chandrayaan-3 marking another significant milestone in space exploration.
Heartiest congratulations to the @ISRO team and everyone who worked relentlessly to accomplish the feat!
It demonstrates the nation’s unwavering commitment to advancement in…
— President of India (@rashtrapatibhvn) July 14, 2023
Comments are closed.