www.samajalive.in
Monday, December 8, 2025
27.1 C
Bhubaneswar

ମୁହଁକୁ ସ୍ୱଚ୍ଛ ରଖିବାର ସଠିକ୍‍ ନିୟମ

ବହୁ ଲୋକଙ୍କର ବାରମ୍ବାର ମୁହଁ ଧୋଇବା ଏକ ଅଭ୍ୟାସ ଅଟେ। ଯେଉଁମାନଙ୍କର ମୁହଁ ତେଲିଆ ସେମାନେ ୨ରୁ ୩ ଥର ମୁହଁ ଧୋଇଲେ ମୁହଁର ଉଜ୍ଜଳତା ବଢେ। ମାତ୍ର ଯେଉଁମାନଙ୍କର ମୁହଁ ଶୁଷ୍କ ସେମାନେ ୨ରୁ ୩ ଥର ମୁହଁ ଧୋଇଲେ, ମୁହଁ ଅଧିକ ଶୁଷ୍କ ହେବା ସହ କୁଣ୍ଡାଇ ହେବା ସମସ୍ୟା ସୃଷ୍ଟି ହୋଇଥାଏ।
ମୁହଁର ଚର୍ମ ଦୁର୍ବଳ ହୋଇଯାଏ। ବିଷେଶଜ୍ଞଙ୍କ ମତରେ ୨ଥର ମୁହଁ ଧୋଇବା ଉଚିତ । ଥରେ ସକାଳେ ଓ ଅନ୍ୟ ଥର ସନ୍ଧ୍ୟା ସମୟରେ। ସକାଳ ସମୟରେ ମୁହଁ ଧୋଇଲେ ମୁହଁରୁ ସମସ୍ତ ଜୀବାଣ ମୁକ୍ତ ହେବା ସହ ସୁସ୍ଥ ଅନୁଭବ ହୁଏ। ସେହିପରି ସନ୍ଧ୍ୟା ସମୟରେ ମୁହଁ ଧୋଇବା ଦ୍ୱାରା ଦିନଯାକ ମୁହଁରେ ଥିବା ଅପରିଷ୍କାର ପଦାର୍ଥ ବାହାରିଯାଏ, ଶାନ୍ତି ଅନୁଭବ ହୁଏ।
ଫେସ୍‍ୱାସ୍‍ ଲଗାଇବା ସମୟରେ ପ୍ରଥମେ ହାତକୁ ଭଲ ଭାବେ ଧୋଇବା ପରେ ଏହାକୁ ବ୍ୟବହାର କରିବା ଆବଶ୍ୟକ । କାରଣ ଏପରି କରିବା ଦ୍ୱାରା ହାତରେ ଥିବା ଧୂଳିମାଟି ଧୋଇ ହୋଇଯାଏ। ଫଳରେ ମୁହଁର ଚର୍ମ ଉପରେ କୁପ୍ରଭାବ ପଡ଼ିନଥାଏ। ଫେସ୍‍ୱାସ୍‍ ଲଗାଇ କିଛି ସମୟ ମୁହଁରେ ରଖିବା ଦ୍ୱାରା ଏହା ମୁହଁରେ ଥିବା ସମସ୍ତ ଅପରିଷ୍କାର ଦ୍ରବ୍ୟକୁ ବାହାର କରି ସ୍ୱଚ୍ଛ କରିଥାଏ। ଫେସ୍‍ୱାସ୍‍ ଅଥବା ସାବୁନ ମୁହଁ ପାଇଁ ସର୍ବଦା ହର୍ବାଲ୍‍ ଜାତୀୟ ବ୍ୟବହାର କରିବା ଉଚିତ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories