www.samajalive.in
Thursday, December 11, 2025
16.1 C
Bhubaneswar

ବର୍ଷାଦିନରେ ସତର୍କତା

ସଂକ୍ରମଣଜନିତ ରୋଗ ବର୍ଷା ଋତୁରେ ବ୍ୟାପିବାରେ ଅଧିକ ଭୟ ଥାଏ। ପିଲାଠାରୁ ବୟସ୍କ ସମସ୍ତେ ଏଇ ଦିନରେ ସତର୍କ ରହିଲେ ହିଁ ସୁସ୍ଥ ରହିପାରିବେ। କେତୋଟି ନିୟମକୁ ପାଳନ କରିବା ନିମନ୍ତେ ଚେଷ୍ଟା କରନ୍ତୁ।
– ଫ୍ରିଜ୍‌ରେ ରହୁଥିବା ଖାଦ୍ୟ ଏଇଦିନେ ଖାଆନ୍ତୁ ନାହିଁ। ଫ୍ରିଜ୍‌ରେ ତରକାରି ରଖୁଥିଲେ, ଖାଇବା ପୂର୍ବରୁ ଭଲରେ ଗରମ କରିନେବେ। ଆଇସକ୍ରିମ୍, ମୃଦୁପାନୀୟ, ଡିପ୍ ଫ୍ରିଜର୍‌ରେ ଥିବା ଚକୋଲେଟ୍ ଖାଇଲେ ଥଣ୍ଡା, ସର୍ଦି ହେବାର ଭୟ ସର୍ବାଧିକ।
– ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ବର୍ଷାଦିନେ ପେଟ ସଂକ୍ରମଣ ରୋଗ ମଧ୍ୟ ହୋଇଥାଏ। ଏଣୁ ଉଷୁମ ପାଣି ପିଇଲେ ତାହା ସ୍ବାସ୍ଥ୍ୟ ପାଇଁ ହିତକାରୀ। ଖାଦ୍ୟ ଭଲଭାବେ ହଜମ ହେବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ।
– ତୁଳସୀ ରସ, ଘି-କୁଆଁରୀ ରସ, ଅଦା ରସ ଇତ୍ୟାଦିକୁ ସାଧା ପାଣିରେ ମିଶାଇ ପିଇବା ମଧ୍ୟ ସ୍ବାସ୍ଥ୍ୟ ନିମନ୍ତେ ଭଲ। ବର୍ଷା ଓ ଶୀତ ଋତୁରେ ଅଦା-ଗୋଲମରିଚ ମିଶା ଚା’ ପିଇବା ଉତ୍ତମ ବୋଲି ବିଶେଷଜ୍ଞଙ୍କ ମତ।
– ବାହାରୁ ଓଦା ହୋଇ ଆସିଥିଲେ, ତୁରନ୍ତ ଏସି କକ୍ଷରେ ପ୍ରବେଶ କରନ୍ତୁନାହିଁ। ପ୍ରଥମେ ଭଲଭାବେ ପୋଛି ହୋଇ ପୋଷାକ ପରିବର୍ତ୍ତନ କରିବାର କିଛି ସମୟ ପରେ ହିଁ ଆପଣ ଏସି ଲଗାଇପାରନ୍ତି। ହଠାତ୍ ଏପରି କଲେ ଜ୍ବର ହେବାର ଆଶଙ୍କା ସର୍ବାଧିକ।
– ସଫାସୁତୁରା, ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ବାହାରକୁ ଯାଉଥିଲେ ପାଣି ବୋତଲ ସାଥିରେ ନେଇଯିବା ଜରୁରୀ। –

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories