www.samajalive.in
Monday, December 8, 2025
27.1 C
Bhubaneswar

ଜୋକର୍‌ ମାସ୍କ

ବର୍ତ୍ତମାନ ପରିସ୍ଥିତିରେ ଗରିବଠାରୁ ଧନୀ ସମସ୍ତେ ମାସ୍କ ପିନ୍ଧିବାକୁ ଏକ ମୁଖ୍ୟ ଅସ୍ତ୍ର ଭାବେ ମନେକରୁଛନ୍ତି। କରୋନା ମହାମାରୀ ସହ ଲଢ଼ିବା ନିମନ୍ତେ ମାସ୍କର ଆବଶ୍ୟକତା ସବୁଠୁ ଅଧିକ ବୋଲି ବିଶେଷଜ୍ଞଙ୍କ ମତ। ବଡ଼ବଡ଼ ପୋଷାକ କମ୍ପାନୀ ସହ ବିଶ୍ବର ନାମୀ ଡିଜାଇନରମାନେ ମଧ୍ୟ ବହୁମୂଲ୍ୟ ମାସ୍କମାନ ତିଆରି କରି ଇତିମଧ୍ୟରେ ବଜାର ପ୍ରବେଶ କରାଇସାରିଲେଣି। ନିକଟରେ ହଂକଂର ଜନୈକ ଥିଏଟର କଳାକାରଙ୍କ ମାସ୍କକୁ ନେଇ ବିଶ୍ବ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

-ଆଡମଣ୍ଡ କୋକ୍ ନାମ୍ନୀ ଏହି କଳାକାରଜଣକ ୧୮୦ ପ୍ରକାରର ଡିଜାଇନର ମାସ୍କ ତିଆରି କରିଛନ୍ତି। ଲକ୍-ଡାଉନ୍ ସମୟରେ ତାଙ୍କ ଥିଏଟର ଏକ ଲମ୍ବା ସମୟ ବନ୍ଦ ରହିବା ପରେ ନିକଟରେ ତାହା ଖୋଲିଛି। ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇବା ସହ ବିଭିନ୍ନ ପ୍ରକାରର ମାସ୍କ ଜରିଆରେ ଆକର୍ଷିତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

- Advertisement -

-ଏ ସମସ୍ତ ମାସ୍କକୁ ସେ ୧ସପ୍ତାହ ମଧ୍ୟରେ ଡିଜାଇନ୍ କରି ଥିଏଟରରେ ପ୍ରଦର୍ଶନ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଜୋକର୍ ମାସ୍କ, ସିସିଟିଭି କ୍ୟାମେରା ମାସ୍କ, ଫଳର ମାସ୍କକୁ ଅଧିକାଂଶ ପସନ୍ଦ କରିଥିବାର ପ୍ରକାଶ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories