ଇ-ସିଗାରେଟ ବିକ୍ରୟ କରୁଥିବା ୧୫ ୱେବସାଇଟକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୋଟିସ୍
ନୂଆଦିଲ୍ଲୀ : ଇ-ସିଗାରେଟ ବିକ୍ରୟ କରୁଥିବା ୧୫ଟି ୱେବସାଇଟକୁ ନୋଟିସ ପଠାଇ ବିଜ୍ଞାପନ ତଥା ଉତ୍ପାଦ ବିକ୍ରୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ସୂଚନାନୁସାରେ, ସୋସିଆଲ ମିଡିଆରେ ଇ-ସିଗାରେଟର ବିଜ୍ଞାପନ ଏବଂ ବିକ୍ରୟ ଉପରେ ମନ୍ତ୍ରଣାଳୟ ମଧ୍ୟ ତୀକ୍ଷଣ ନଜର ରଖିଛି। ସନ୍ଦେହଘେରରେ ଆଉ ୬ଟି ୱେବସାଇଟ ରହିଥିବା ସୂଚନା ମିଳିଛି । ପ୍ରକାଶ ଯେ, ୨୦୧୯ ମସିହାରୁ ଭାରତରେ ଏହାର ବିକ୍ରୟ ଉପରେ ଏକ ନିଷେଧାଦେଶ ରହିଛି।
Comments are closed.