www.samajalive.in
Saturday, December 6, 2025
16.1 C
Bhubaneswar

ତେନ୍ତୁଳିର ଉପକାରିତା

ବିଶେଷ କରି ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ତେନ୍ତୁଳିର ଉପଯୋଗ ହୋଇଥାଏ। ଆମ ଓଡ଼ିଶାର ଗାଁଗହଳିରେ ପଖାଳ ଭାତ ସହ ତେନ୍ତୁଳି ଚକଟା ଭୋଜନର ଆଦର ମଧ୍ୟ କିଛି କମ୍ ନୁହେଁ।

  •  ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପୋଷକତତ୍ତ୍ବ ଭରପୂର ତେନ୍ତୁଳି ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। ନିୟମିତ ନ ଖାଇପାରୁଥିଲେ ମଧ୍ୟ ସପ୍ତାହରେ ୨-୩ ଥର କେତେକ ବ୍ୟଞ୍ଜନରେ ଏହାକୁ ବ୍ୟବହାର କରିପାରିବେ।
  •  କ୍ୟାଲସିୟମ୍ ଭରପୂର ତେନ୍ତୁଳି ଖାଇଲେ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳେ। ଅନୁଧ୍ୟାନରୁ ଜଣାପଡ଼ିଛି, ଏଥିରେ ଥିବା ପ୍ରୋଟିନ୍ ସଂକ୍ରମଣରୁ ଶରୀରକୁ ଦୂରେଇ ରଖିବା ସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ।
  •  ଆଣ୍ଟିଅକ୍ସିଡାଣ୍ଟ ଭରପୂର ତେନ୍ତୁଳି ଖଟା ବ୍ୟଞ୍ଜନରେ ବ୍ୟବହାର କଲେ, ଆମ ରକ୍ତସଞ୍ଚାଳନ ଭଲ ଭାବେ ହେବା ସହ ଖାଦ୍ୟ ହଜମ ହେବାରେ କୌଣସି ଅସୁବିଧା ହୋଇନଥାଏ।
  •  ଓଜନ କମ୍ କରିବାକୁ ଚାହୁଁଥିଲେ ତେନ୍ତୁଳି ରସ ମିଶ୍ରିତ ବ୍ୟଞ୍ଜନ ସପ୍ତାହରେ ୪-୫ଦିନ ଖାଇବା ଭଲ।
  •  ଭିଟାମିନ୍ ଏ ପୋଷକତତ୍ତ୍ବ ଭରପୂର ତେନ୍ତୁଳି ରସ ଆଖିର ଜ୍ୟୋତି ବୃଦ୍ଧିରେ ମଧ୍ୟ ସହାୟକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଦୃଷ୍ଟିଶକ୍ତି ଦୁର୍ବଳ ଥିବା ପିଲାଙ୍କୁ ତେନ୍ତୁଳି ମିଶ୍ରିତ ବ୍ୟଞ୍ଜନ ଖାଇବାକୁ ଦେଲେ ଉତ୍ତମ ପ୍ରଭାବ ପଡ଼ିଥାଏ।
  •  ତେନ୍ତୁଳିରେ ଥିବା ତତ୍ତ୍ବ ଶରୀରରେ ରକ୍ତଶର୍କରାକୁ ମଧ୍ୟ ନିୟନ୍ତ୍ରିତ କରୁଥିବାର ଅନୁଧ୍ୟାନରୁ ପ୍ରକାଶ।
  •  ଏସବୁ ସହ ତେନ୍ତୁଳି ଖାଇଲେ ଆମ ତ୍ବଚାର ବିଭିନ୍ନ ସମସ୍ୟା ଦୂର ହେବା ସହ କେଶର ଘନତ୍ବ ବଢ଼ୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories