www.samajalive.in
Saturday, December 6, 2025
26.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ପୋଟଳର ଉପକାରିତା

ଖରାଦିନେ କିଛି ପରିବା ଖାଇବାର ଇଚ୍ଛା କମ ହୋଇଥାଏ। କିନ୍ତୁ କିଛି ଏପରି ପରିବା ରହିଛି ଯାହା ଖରା ଦିନେ ଶୀଘ୍ର ମିଳିଥାଏ। ଏପରି ଏକ ପରିବା ହେଉଛି ପୋଟଳ। ପୋଟଳ ଖରା ଦିନେ ଅଧିକ ମିଳିଥାଏ। ଏହାକୁ ଅନେକ ଦିନ ପର୍ଯ୍ୟନ୍ତ ସାଇତି ରଖି ହୋଇଥାଏ।

ପୋଟଳରେ ଭିଟାମିନ-ଏ, ଭିଟାମିନ-ବି ୧, ବି ୨ ଓ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି। ଏହାସହ ପୋଟଳରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଛି। ପୋଟଳ ଚୋପାରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଭରପୂର ମାତ୍ରାରେ ରହିଛି।

- Advertisement -

ପୋଟଳ ଖାଇବାର ଲାଭ :

ପୋଟଳ ଖାଇବା ଦ୍ବାରା ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ପୋଟଳରେ ଥିବା ମଞ୍ଜିରେ କୋଷ୍ଠକାଠିନ୍ୟ ଓ ପାଚନ କ୍ରିୟା ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିବାର ଗୁଣ ରହିଛି। ମଧୁମେହ ରୋଗୀମାନେ ବିଶେଷ କରି ପୋଟଳ ଖାଇବାକୁ ପରାମର୍ଶ ଦିଆଯାଇଛି।

ପୋଟଳରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥିବାରୁ ତାହା ଖାଇବା ଦ୍ବାରା ବୟସ ବୃଦ୍ଧି ଦ୍ବାରା ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ମୁହଁରେ କୁଞ୍ଚନ ସମସ୍ୟା ଦୂର କରିଥାଏ।

ପୋଟଳ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ଜ୍ବର, ଥଣ୍ଡା-କାଶ ଓ ଚର୍ମ ସଂକ୍ରମଣ ଓ ଖଣ୍ଡିଆକୁ ଶୀଘ୍ର ଭଲ କରିଥାଏ।

ଯଦି ଆପଣଙ୍କ ପିଲାଙ୍କୁ ଭୋକ ଲାଗୁ ନ ଥାଏ ତେବେ ସେମାନଙ୍କୁ ପୋଟଳର କିଛି ଭଜା କିମ୍ବା ତରକାରୀ ଖାଇବାକୁ ଦିଅନ୍ତୁ।

ପୋଟଳ ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories