www.samajalive.in
Tuesday, December 9, 2025
15.1 C
Bhubaneswar

କ୍ରୋଧଠାରୁ ଦୂରେଇ ରହନ୍ତୁ

ମନୁଷ୍ୟ ଭିତରେ ରାଗ, କ୍ରୋଧ, ଖୁସି, ଦୁଃଖ ଆଦି ଗୁଣମାନ ରହିଛି। ଗୁରୁଜନମାନେ ମତ ଦିଅନ୍ତି ଯେ ରାଗ, କ୍ରୋଧଠାରୁ ଦୂରେଇ ରହିବା ହିଁ ସଫଳତାର ମୁଖ୍ୟ ସୂତ୍ର। ପିଟସବର୍ଗ ବିଶ୍ବବିଦ୍ୟାଳୟର ଗବେଷକଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି ନିଜ ମନ ଭିତରେ ରାଗ ରଖିବା ମଧ୍ୟ ଖୁବ୍ ଭୟଙ୍କର ପରିସ୍ଥିତି ହୋଇପାରେ।
– କର୍ମଜୀବୀ ମହିଳାଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଗବେଷଣାରେ ସାମିଲ କରାଯାଇଥିଲା। ଘର-ବାହାର କାମରେ ଏମାନେ ଅତିଷ୍ଠ ହୋଇଯାଉଥିବାବେଳେ ମନର କ୍ରୋଧକୁ ମଧ୍ୟ ପରିପ୍ରକାଶ କରିପାରିନାହାନ୍ତି। ଏମାନଙ୍କ ମଧ୍ୟରୁ ୨% ମହିଳାଙ୍କ ମସ୍ତିଷ୍କାଘାତ ହେଉଥିବାବେଳେ ଅନ୍ୟମାନେ ଖୁବ୍ ମାନସିକ ଚାପରେ ରହିଥାନ୍ତି।
–  ଆମେରିକାରେ ମସ୍ତିଷ୍କାଘାତ ମୃତ୍ୟୁ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ପ୍ରତି ବର୍ଷ ସେଠାରେ ୧ଲକ୍ଷ ୪୦ହଜାର ଲୋକ ଏଇ ରୋଗରେ ପ୍ରାଣ ହରାଇଥାନ୍ତି।
–  ଛୋଟଛୋଟ କଥାରେ କ୍ରୋଧ କରୁଥିବା ବ୍ୟକ୍ତିଙ୍କ ଠାରେ ଉଚ୍ଚରକ୍ତଚାପ ସମସ୍ୟା ମଧ୍ୟ ଦେଖାଦିଏ। ଏହି ସମସ୍ୟାର ସମାଧାନ ହେଉଛି ନିଜ ମନପସନ୍ଦର କାମ କରନ୍ତୁ।
–  ଗୀତ ଶୁଣିବା, ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା, ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖିବା ସହ କିଛି ସମୟ ଯୋଗ କଲେ ଲାଭ ମିଳୁଥିବାର ବିଶେଷଜ୍ଞଙ୍କ ମତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories