www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ , ଆପଣଙ୍କର କେଉଁ ଅଭ୍ୟାସ ଆପଣଙ୍କ ସ୍ମରଣ ଶକ୍ତି ହ୍ରାସର କାରଣ

ଆମ ଶରୀର ପାଇଁ ମସ୍ତିଷ୍କ ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। କାରଣ ମସ୍ତିଷ୍କ କାରଣରୁ ହିଁ ଆମ ସମ୍ପୂର୍ଣ୍ଣ ଶରୀର ପରିଚାଳିତ ହୋଇଥାଏ। ବହୁ ଲୋକେ ଛୋଟ ଛୋଟ କଥା ମଧ୍ୟ ଖୁବ ଶୀଘ୍ର ଭୁଲି ଯାଇଥାଆନ୍ତି। ଏହି କାରଣରୁ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମାତ୍ର କେତେକ କୁଅଭ୍ୟାସ କାରଣରୁ ହିଁ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିବା ସହ ସ୍ମରଣ ଶକ୍ତି ହ୍ରାସ ହୋଇଥାଏ। ଜାଣନ୍ତୁ ତାହା କ’ଣ….
ଖାଦ୍ୟପେୟ –
ଅନେକ ସମୟରେ ଆମେ ଆମ ଖାଦ୍ୟପେୟ ପ୍ରତି ଅବହେଳା କରିଥାଉ। ସଠିକ ସମୟରେ ଖାଦ୍ୟ ଖାଇନଥାଉ। ଫଳରେ ଏହାର କୁପ୍ରଭାବ ଆମ ମସ୍ତିଷ୍କ ଉପରେ ପଡ଼ିଥାଏ। ସକାଳ ସମୟରେ ଠିକ ଭାବେ ଜଳଖିଆ ନଖାଇବା ଦ୍ୱାରା ଆମ ମସ୍ତିଷ୍କ ସୂଚାରୁ ରୂପେ କାର୍ଯ୍ୟ କରିନଥାଏ। ଦିନ ମଧ୍ୟରେ ଠିକ ଭାବେ ଠିକ ସମୟରେ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ।
ଧୂମପାନ –
ଏପରି କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ।
ଚିକିତ୍ସା ବିଶେଷଜ୍ଞଙ୍କ ମତରେ ଧୂମପାନ କରିବା ଦ୍ୱାରା ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଧୂମପାନ କରୁଥିବା ବ୍ୟକ୍ତି ସହଜରେ ଓ ଅଧିକ ସମୟ ପର୍ଯ୍ୟନ୍ତ କଥା ମନେ ରଖି ପାରନ୍ତି ନାହିଁ।
ଜୀବନଶୈଳୀ –
ବର୍ତ୍ତମାନର ଜୀବନ ଶୈଳୀରେ ବିଳମ୍ବ ରାତିରେ ଶୋଇବା, ବ୍ୟାୟାମ ନକରିବା ଏହି ସବୁ ଅଭ୍ୟାସ ଆମ ସ୍ମରଣ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ। ଯଦି ଆପଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନରେ ଅଧିକ ସମୟ ବିତାଉଛନ୍ତି, ତେବେ ସିଧାସଳଖ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼େ। ଏହାର ପ୍ରଭାବରେ ଆଳସ୍ୟ, ଅଧିକ ହାଲିଆ ଅନୁଭବ ହୋଇଥାଏ। ଫଳରେ କାର୍ଯ୍ୟ କରିବାକୁ ଆଗ୍ରହ ଆସିନଥାଏ। ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ।
ଚିନ୍ତାଗ୍ରସ୍ତ ରହିବା –
ଚିନ୍ତା ଆମ ସ୍ୱାସ୍ଥ୍ୟର ଶତ୍ରୁ ଅଟେ। କାରଣ ଚିନ୍ତା ଆମ ସ୍ମରଣ ଶକ୍ତି ଉପରେ ସବୁଠାରୁ ଅଧିକ କୁପ୍ରଭାବ ପକାଏ। ଚିନ୍ତା କରିବା ଦ୍ୱାରା ଏହାର ପ୍ରଭାବରେ ବୃକକରୁ ଏକ ପଦାର୍ଥ କ୍ଷରଣ ହୋଇଥାଏ, ଯାହା ଆମ ମସ୍ତିଷ୍କର କୋଷିକା ଗୁଡ଼ିକର କ୍ଷତି କରିଥାଏ। ତେଣୁ ଚିନ୍ତାରୁ ନିଜକୁ ଦୂରରେ ରଖିବା ଉଚିତ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories