www.samajalive.in
Friday, December 12, 2025
19.1 C
Bhubaneswar

ଦିନ ୩ଟା ସୁଦ୍ଧା ହରିୟାଣାରେ ୪୫, ମହାରାଷ୍ଟ୍ରରେ ୩୪ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଜାରି ରହିଛି। ହରିୟାଣାରେ ଅପରାହ୍ନ ୩ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଛି। ସେହିପରି ମହାରାଷ୍ଟ୍ରରେ ୩୪ ପ୍ରତିଶତ ମତ ସାବ୍ୟସ୍ତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରରେ ବହୁ ବରିଷ୍ଠ ନେତା ଏବଂ ଅଭିନେତା ନିଜର ମତ ସାବ୍ୟସ୍ତ କରିଛନ୍ତି।

- Advertisement -

ଶାହରୁଖ୍ ଖାନ୍ ପତ୍ନୀ ଗୌରୀଙ୍କ ସହ ବନ୍ଦ୍ରାସ୍ଥିତ ୧୭୭ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି। ଅଭିନେତା ଅନିଲ କପୁର ଏବଂ ହ୍ରିତିକ୍ ରୋଶନ୍ ଅନ୍ଧେରୀର ଏକ ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ସେହିପରି ଦୀପିକା ପାଦୁକୋନ୍ ବନ୍ଦ୍ରାରେ ଥିବା ଏକ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି। ଶବାନା ଆଜମୀ ଏବଂ ଜାୱେଦ ଅଖ୍‌ତର ମଧ୍ୟ ମୁମ୍ବଇରେ ମତଦାନ କରିଛନ୍ତି।

ମହାରାଷ୍ଟ୍ରରେ ୨୮୮ ଆସନରେ ମୋଟ ୩୨୩୭ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭୋଟରଙ୍କ ପାଇଁ ୬୬ ହଜାର ୬୬୧ ବୁଥ କରାଯାଇଛି। ରାଜ୍ୟର ପ୍ରାୟ ୮କୋଟି ୯୦ ଲକ୍ଷ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଥିବାବେଳେ ହରିୟାଣାରେ ୯୦ ବିଧାନସଭା କ୍ଷେତ୍ରରେ ୧ କୋଟି ୮୦ ଲକ୍ଷ ଭୋଟର ୧୧୬୮ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଚାଲିବ।

ସୂଚନାଯୋଗ୍ୟ, ମଧ୍ୟାହ୍ନ ୧୨ଟା ସୁଦ୍ଧା ହରିୟାଣାରେ ୨୨ ପ୍ରତିଶତ ମତଦାନ ଏବଂ ମହାରାଷ୍ଟ୍ରରେ ୧୪ ପ୍ରତିଶତ ମତଦାନ ଗ୍ରହଣ କରାଯାଇଥିଲା।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories