www.samajalive.in
Saturday, December 13, 2025
26.1 C
Bhubaneswar

ବିଜୁଳି ବିଲ୍‍ ଦେଖି ଚମକିଲେ ହରଭଜନ; ପଚାରିଲେ- ଏହା ଖାଲି ମୋର ନା ସାରା କଲୋନୀର ?

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଫ୍‍ ସ୍ପିନର ହରଭଜନ ସିଂହ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଦେଖାଯାଇଥାଏ। ନିକଟରେ କରୋନା ମହାମାରୀ ସମୟରେ ତାଙ୍କ ଘରର ଆସିଥିବା ବିଦ୍ୟୁତ୍ ବିଲ୍‍କୁ ନେଇ ଏକ ଟ୍ବିଟ୍ କରିଛନ୍ତି। ବିଦ୍ୟୁତ୍ ବିଲକୁ ଦେଖି ହରଭଜନ ଚମକି ପଡ଼ିବା ସହିତ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

- Advertisement -

ବର୍ତ୍ତମାନ ସମୟରେ ଚାରିଆଡେ ଲକଡାଉନ୍। ସମସ୍ତେ ଘରେ ନିଜର ସମୟ ଅତିବାହିତ କରୁଛନ୍ତି। ସେହିଭଳି ହରଭଜନ ମଧ୍ୟ ଘରେ ସମୟ ବିତାଉଛନ୍ତି। ତେବେ ନିକଟରେ ତାଙ୍କ ଘରର ବିଦ୍ୟୁତ ବିଲ୍ ୩୩ ହଜାର ୯୦୦ ଟଙ୍କା ଆସିଛି, ଯାହା ଦେଖି ସେ ବହୁତ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। ଏହି ବର୍ଦ୍ଧିତ ବିଲ୍ ସମ୍ପର୍କରେ ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ କରିଛନ୍ତି। ଭଜୀ ଟ୍ୱିଟ୍‌ରେ ଲେଖିଛନ୍ତି – ଏହା କେବଳ ମୋ ଘରର ବିଦ୍ୟୁତ ବିଲ ନା ସାରା କଲୋନୀର? ମୋର ସାଧାରଣ ବିଲ୍ ଠାରୁ ୭ ଗୁଣ ଅଧିକ ଆସିଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ମହାରାଷ୍ଟ୍ରର ଅନେକ ଲୋକଙ୍କ ଘରେ ବହୁତ ଅଧିକ ବିଜୁଳି ବିଲ୍‍ ଆସୁଛି। ସେଲିବ୍ରିଟିମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ତାପସୀ ପନ୍ନୁ, ହୁମା କୁରୈଶୀଙ୍କ ଭଳି ଅନେକ ବଲିଉଡ଼ କଳାକାର ବର୍ଦ୍ଧିତ ବିଲ୍‍କୁ ନେଇ ଟ୍ୱିଟ୍‍ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories