www.samajalive.in
Sunday, December 7, 2025
16.1 C
Bhubaneswar

‘ସମାଜ’ ପ୍ରଭାବ ; ଗୁପ୍ତେଶ୍ୱରଙ୍କ ଘରେ ପହଞ୍ଚିଲା ଭତ୍ତା ଟଙ୍କା

ହରଭଙ୍ଗା : ହରଭଙ୍ଗା ବ୍ଲକ ଶଙ୍କୁଲେଇ ପଂଚାୟତ ଅନ୍ତର୍ଗତ ମଲ୍ଲିକପଡା ଗ୍ରାମର ଗୁପ୍ତେଶ୍ୱର ଗାଈଗୌରୀଆ ଭଳି ଜଣେ ଭତ୍ତା ହିତାଧିକାରୀଙ୍କ ଗୋଡ ଭାଙ୍ଗିଯାଇଥିବାରୁ ସେ ଚାଲିବୁଲି ନପାରି ଘରେ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଥିଲେ। ଯାହାଫଳରେ ଗତ ମେ ମାସ ଠାରୁ ବ୍ୟାଙ୍କରୁ ପଇସା ଉଠାଣ କରିନପାରି ବହୁତ ଦୁଃଖକଷ୍ଟରେ ଚଳୁଥିଲେ। ଏଭଳି ଏକ ଶୀର୍ଷକ ଖବର ସୋମବାର ‘ସମାଜ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ହରଭଙ୍ଗା ବି.ଡି.ଓଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ ଜିଆରଏସ ମିନାକ୍ଷୀ ପାତ୍ର ଗୁପ୍ତେଶ୍ୱରଙ୍କ ଘରେ ପଂହଚି ତାଙ୍କ ଠାରୁ ବ୍ୟାଙ୍କ ପାସବୁକ ଏବଂ ଆଧାରକାର୍ଡ ନେଇଥିଲେ। ଧଳପୁର ବ୍ୟାଙ୍କଙ୍କୁ ଏ ସର୍ମ୍ପକରେ ଜଣାଇବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଗୁପ୍ତେଶ୍ୱରଙ୍କ ଘରେ ପଂହଚି ୧୬ ହଜାର ୫ଶହ ଟଙ୍କା ପ୍ରଦାନ କରିଥିବା ଜଣାପଡିଛି। ଏହି ଟଙ୍କା ପ୍ରଦାନ ସମୟରେ ସ୍ଥାନୀୟ ଯୁବକ ରଣଜିତ ପଲ୍ଲିଆ ଉପସ୍ଥିତ ଥିଲେ। ସମାଜର ଏହି ପ୍ରୟାସକୁ ଗୁପ୍ତେଶ୍ୱର ଧନ୍ୟବାଦ ଜଣାଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories