www.samajalive.in
Monday, December 8, 2025
20.1 C
Bhubaneswar

ନାବାଳକ ସମେତ ୨ ଗିରଫ 

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ସଦର ଥାନା ଅର୍ନ୍ତଗତ ମାନେଶ୍ୱରର ମିର୍ଗାମୁଣ୍ଡା ନିବାସୀ ପ୍ରେମାନନ୍ଦ ବାରିକଙ୍କ ଘରୁ ୨୦ ତାରିଖ ସନ୍ଧ୍ୟାରେ ଏକ ଦାମୀକିଆ ମୋବାଇଲ, ୨୫୪୦ ଟଙ୍କା ସହିତ ଏଟିଏମ କାର୍ଡ, ଚାଳକ ଲାଇସେନ୍ସ ସହିତ ଅନ୍ୟାନ୍ୟ କାଗଜପତ୍ର ଚୋରି ହୋଇଯାଇଥିଲା। ଏ ସମ୍ପର୍କରେ ଅଭିଯୋଗ ହେବାରୁ ସଦର ପୁଲିସ ମାମଲା ସଂଖ୍ୟା ୨୩୨/୨୦୨୩ ରୁଜୁ କରି ଘଟଣାର ତଦନ୍ତ ସମୟରେ ଠେଲକୋପଡା ନିବସୀ ଶୁଭମ ଚଷା ଓରଫ କ୍ରୁର ସିଂ ଙ୍କ ସମେତ ଜଣେ ନାବାଳକଙ୍କୁ ଧରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ଟଙ୍କା, ମୋବାଇଲ ସମେତ ସମସ୍ତ ସାମଗ୍ରୀ ଜବତ କରାଯାଇଛି। ଏଥି ସହ ସେମାନଙ୍କ ନିକଟରୁ ଏକ ବାଇକ ଓ ଏକ ସ୍କୁଟିକୁ ମଧ୍ୟ ପୁଲିସ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ଶୁଭମଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ନାବାଳକଙ୍କୁ ଜୁଭେନାଇଲ ଅଦାଲତ ସମ୍ମୁଖରେ ଉପସ୍ଥାପନ କରାଯାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories