www.samajalive.in
Thursday, December 11, 2025
14.1 C
Bhubaneswar

ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ,ମିଳିଲା ପରିବହନ ସହମତି

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁସ୍ଥିତ ଏ.ଆର.ଏସ.ଏସ ପ୍ଲାଣ୍ଟରୁ ଗାଁ ଗୋଦାଣ୍ଡି ରାସ୍ତାରେ ଭାରୀଯାନ ଦ୍ୱାରା ମାଲପରିବହନକୁ ଗୁରୁବାର ବିରୋଧ କରି ମହିଳାମାନେ ରାସ୍ତାଖୋଳି ଏହାର ପ୍ରତିବାଦ କରିଥିଲେ। ରବିବାର ଏ ସର୍ମ୍ପକରେ ତୃତୀୟଥର ପାଇଁ ଜିଲ୍ଲାପ୍ରଶାସନ ସହିତ ଗାଁ ଲୋକ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ତ୍ରୀସ୍ତରୀୟ ଆଲୋଚନା ହୋଇଥିବା ଜଣାପଡିଛି । ଗାଁ ଗୋଦାଣ୍ଡି ରାସ୍ତାରେ ଭାରିଯାନ ଚଳାଚଳକୁ ଗ୍ରାମବାସୀ ବିରୋଧ କରିବା ସହିତ ନିଜ ଜମିରେ ରାସ୍ତା ତିଆରି କରି ଠିକାସଂସ୍ଥା ପରିବହନ କରୁ ବୋଲି ଗାଁ ଲୋକେ ପ୍ରସ୍ତାବ ଦେଇଥିଲେ।ପ୍ରଥମଥର ପ୍ରଶାସନ ସହିତ ଆଲୋଚନା ପରେ ବି ପଥର କୁଆଁରୀ ଏବଂ କ୍ରସର ପରିଚାଳନା ଆଈନର ଓଡିଆ ଦସ୍ତାବିଜ ଏପର୍ଯ୍ୟନ୍ତ ସେମାନଙ୍କୁ ଦିଆନଯିବା ଘଟଣା ଉପରେ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।ବିଭିନ୍ନ ବିଷୟରେ ଆଲୋଚନା ପରେ ତହସିଲଦାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଠିକାସଂସ୍ଥା ପାଖରେଥିବା ଗଛିତ ମାଲପରିବହନ କରିବା ପାଇଁ ଲୋକେ ରାଜି ହୋଇଥିଲେ। ମାତ୍ର ଠିକାସଂସ୍ଥା ପକ୍ଷରୁ ନିୟମ ଅନୁସାରେ ମାଲପରିବହନ କରିବ।

 

- Advertisement -

ଏଥିରେ ଖିଲାପ କଲେ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନ ସହମତି ପ୍ରକାଶ କରିଥିଲେ।ଆଜିର ଆଲୋଚନା ସମୟରେ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର,ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର,ଅତିରିକ୍ତ ତହସିଲଦାର ହରିଓମ ଭୋଇ,ବୌଦ୍ଧ ଏସ.ଡି.ପି.ଓ,ଆନନ୍ଦବର୍ଦ୍ଧନ ଗୁରୁ ବୌଦ୍ଧ ଆଡିସନାଲ ଏସ.ପି ରବିନ୍ଦ୍ର କୁମାର ରାଉତ,ବୌଦ୍ଧ ଟାଉନଥାନା ଆଈ.ଆଈ.ସି ତପସ୍ୱିନୀ କହଁର,ହରଭଙ୍ଗା ଆଈ.ଆଈ.ସି ସଂଜୀବ ରଣଭୂଏଁଷା,ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀ, ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ,ଛତ୍ରଙ୍ଗ ସରପଞ୍ଚ ଶୁଶିଲ ପ୍ରଧାନ ଏବଂ ଗାଁ ଲୋକେ ଉପସ୍ଥିତି ଥିଲେ। ଏ ସମ୍ପର୍କରେ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେରଙ୍କୁ ପଚାରିବାରୁ ଆଜିର ଆଲୋଚନା ପରେ ମାଲପରିବହନ ପାଇଁ ସହମତି ହେଲା।ମାତ୍ର ବେନିୟମ ପରିବହନ କଲେ ଠିକସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଗାଁ ଲୋକଙ୍କ ସହିତ ଆଲୋଚନା ପରେ କ୍ରସର ଏବଂ ପଥର କୁଆଁରୀ ଉପରେ ପରବର୍ତୀ ନିଷ୍ପତି ଗ୍ରହଣ କରାଯିବା।ସେ ପର୍ଯ୍ୟନ୍ତ କ୍ରସର ଏବଂ କୁଆଁରୀ ବନ୍ଦ ରହିବ ବୋଲି କହିଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories