www.samajalive.in
Saturday, December 6, 2025
26.1 C
Bhubaneswar

କୁମ୍ଭମେଳା ଫେରନ୍ତା ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ;  ଶବକୁ ମିଳିଲାନି ଚାରିକାନ୍ଧ,୧୨ଘଣ୍ଟା ପରେ ଶବଦାହ କଲା ପ୍ରଶାସନ

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ମେଡିକାଲ ସାହିର ସୁନିଲ ଦାଶ(୬୭) ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ଘଟିଥିବା ବୌଦ୍ଧ ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି। ବ୍ଲକରେ ଚଳିତବର୍ଷ ପ୍ରଥମଥର ପାଇଁ ଜଣେ ଶିକ୍ଷକଙ୍କ କରୋନାଜନିତ ମୃତ୍ୟୁ ଘଟିଥିବା ଜଣାପଡିଛି। ଧଳପୁର ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶୀକ୍ଷକ ସୁନିଲ ଦାଶ ଏବଂ ନିଜ ଧର୍ମପତ୍ନୀଙ୍କ ସହ କୁମ୍ଭମେଳାରୁ ଗତ ୨୧ ତାରିଖ ଫେରିଥିଲେ। ସେମାନେ କୁମ୍ଭମେଳାରୁ ଫେରିବା ପରେ ୧୪ଦିନିଆ କ୍ୱରେଣ୍ଟାଇନ୍‌ରେ ରହିବା ପରିବର୍ତ୍ତେ ସିଧାସଳଖ ଘରେ ରହିଥିଲେ। ପରବର୍ତ୍ତି ସମୟରେ ଉଭୟ ଅସୁସ୍ଥ ଅନୁଭବ କରିବାରୁ ଦୁହେଁ ୨୨ତାରିଖରେ ଆରଟିପିସିଆର ପରୀକ୍ଷା ପାଇଁ ସ୍ୱାବ ଦେଇଥିଲେ। ମାତ୍ର ସ୍ୱାବ୍ ରିପୋର୍ଟ ପହଞ୍ଚିବା ପୂର୍ବରୁ ରବିବାର ଭୋର ସକାଳୁ ସୁନିଲ ଦାଶଙ୍କ ମୃତ୍ୟୁ ଘଟିଥିଲା। କରୋନା ଜନିତ ମୃତ୍ୟୁ ସନ୍ଦେହରେ ପରିବାର ସଂର୍ପକୀୟ ପହଞ୍ଚିଥିଲେ ମଧ୍ୟ ଶବଦାହ କରିବାକୁ ସମସ୍ତେ ଭୟ କରିଥିଲେ। ଫଳରେ ଦୀର୍ଘ ୧୨ଘଣ୍ଟା ଧରି ଶବ ଘରେ ପଡିରହିଥିଲା।


ଖବରପାଇ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀମନ୍ତ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ପ୍ରଣୟ ବାରିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୌଦ୍ଧରୁ ମହାପ୍ରୟାଣ ଗାଡି ପହଞ୍ଚିବାପରେ ନିକଟସ୍ଥ ମହାନଦୀରେ ଅପରାହ୍ଣ ୩ଟା ବେଳକୁ ପ୍ରଶାସନ ସହଯୋଗରେ ଶବଦାହ କରାଯାଇଥିଲା।ଶବଦାହ ପରେ ମୃତ ଶିକ୍ଷକଙ୍କ କରୋନା ରିପୋର୍ଟ ପଜିଟିଭ ଏବଂ ତାଙ୍କ ପନ୍ତ୍ରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଥିବା ବୌଦ୍ଧ ସିଡିଏମଓ ସ୍ପଷ୍ଟ କରିଛନ୍ତି। ଏହାପରେ ଧଳପୁର ମେଡିକାଲ ସାହି ଏବ ତତ୍‌ ସଂଲଗ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଚିହ୍ନଟ କରାଯାଇଛି। ଆସନ୍ତାକାଲି ତାଙ୍କ ସଂସ୍ପର୍ଷରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛିି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories